ସ୍ବଦେଶ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଭାରତରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ମୁର୍ମୁ ଗତ ଶନିବାର ଲଣ୍ଡନ ଗସ୍ତ କରିଥିଲେ ।
ନୂଆଦିଲ୍ଲୀ: ତିନି ଦିନିଆ ଲଣ୍ଡନ ଗସ୍ତ ସାରି ଭାରତରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ରାଷ୍ଟ୍ରପତି ମୁର୍ମୁ ଗତ ଶନିବାର ଲଣ୍ଡନ ଗସ୍ତ କରିଥିଲେ । ସେଠାରେ ଭାରତ ସରକାରଙ୍କ ପକ୍ଷରୁ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଷ୍ଟ୍ରପତିଙ୍କ ସହିତ ବୈଦେଶିକ ସଚିବ ବିନୟ କ୍ବାତ୍ରା ମଧ୍ୟ ଲଣ୍ଡନ ଯାଇଥିଲେ।

ଗତକାଲି ମହାରାଣୀଙ୍କ ରାଜକୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କାରଯାଇଛି । ଅନ୍ତ୍ୟେଷ୍ଟି କ୍ରିୟାରେ ବିଭିନ୍ନ ଦେଶରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ସାମିଲ ହୋଇଥିବା ଦେଖାଯାଇଥିଲା । ରାଣୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ବ୍ରିଟେନର ନୂଆ ରାଜା ଚାର୍ଲ୍ସଙ୍କୁ ଭେଟିଥିଲେ ରାଷ୍ଟ୍ରପତି ।
ରାଣୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ଲଣ୍ଡନରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ପ୍ରଧାନମନ୍ତ୍ରୀଙ୍କ ଭଉଣୀ ଶେଖ ରେହାନାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ରାଷ୍ଟ୍ରପତି ମୁର୍ମୁ । ଏଥିସହିତ ତାଞ୍ଜାନିଆ ରାଷ୍ଟ୍ରପତି ସମିଆ ସୁଲୁହ ହାସନଙ୍କୁ ମଧ୍ୟ ଭେଟିଥିଲେ ରାଷ୍ଟ୍ରପତି ।












Click it and Unblock the Notifications