ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୋଲିପର୍ବ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରଙ୍ଗର ପର୍ବ ହୋଲି ସମସ୍ତଙ୍କ ଜୀବନରେ ସୁଖସମୃଦ୍ଧି ଆଣିଦେଉ ବୋଲି ରାଷ୍ଟ୍ରପତି ଆଶାବ୍ୟକ୍ତ କରିଛନ୍ତି । ସମାଜର ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଏହି ପର୍ବ ଏକତାର ପ୍ରତୀକ ଭାବେ ପାଳନ କରାଯାଇଥାଏ । ଅସତ୍ୟ ଉପରେ ସତ୍ୟର ଜୟ ଏବଂ ସମାଜରେ ଭଲପାଇବାର ବାର୍ତ୍ତାକୁ ଏହି ପର୍ବ ପ୍ରଚାର କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଶ୍ରୀ ମୋଦୀ ତାଙ୍କ ବାର୍ତ୍ତାରେ ଲେଖିଛନ୍ତି - ଏହି ଉତ୍ସବ ସମସ୍ତଙ୍କ ଜୀବନରେ ଶକ୍ତି ଓ ଉତ୍ସାହ ଭରିଦେବା ସହିତ ସମସ୍ତଙ୍କ ପାଇଁ ଖୁସି ଓ ଆନନ୍ଦ ଆଣିଦେଉ । ଦେଶବାସୀଙ୍କ ମଧ୍ୟରେ ଏକତାର ରଙ୍ଗ ଆହୁରି ନିବିଡ଼ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।












Click it and Unblock the Notifications