ମହିଳା ସଂରକ୍ଷଣ ବିଲ୍ ଆଇନ୍ରେ ପରିଣତ
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି । ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ବିଲ୍ ଆଇନରେ ପରିଣତ ହୋଇଛି । ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିବ । ଏହି ବିଲ୍ ସଂସଦର ଉଭୟ ଗୃହରେ ପାସ୍ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଡାଇବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିଧାନସଭା ଓ ଲୋକସଭାରେ ବର୍ତ୍ତମାନ ୩୩ ପ୍ରତିଶତ ସଂରକ୍ଷଣ ମହିଳାଙ୍କ ପାଇଁ ରହିବ । ହେଲେ ଏହା ୨୦୨୪ ନିର୍ବାଚନରେ ଏହି ଆଇନ୍ ଲାଗୁ କରାଯିବ ନାହିଁ । ତେବେ ରାଷ୍ଟ୍ରପତିଙ୍କ ପାଖକୁ ଏହି ବିଲ୍ ପଠାଇବା ପୂର୍ବରୁ ଆଜି ଉପ ରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଏହା ଉପରେ ମୋହର ମାରିଥିଲେ ।

ତେବେ ୨୦୨୯ ନିର୍ବାଚନ ବେଳେ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବାର ସମ୍ଭାବନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମହିଳାଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥା କେବଳ ନିର୍ବାଚନ ମଣ୍ତଳୀ ପୁର୍ନଗଠିତ ହେବେ ପରେ ହିଁ ଲାଗୁ କରାଯିବ । ପରବର୍ତ୍ତୀ ଜନଗଣନା ପରେ ନିର୍ବାଚନ ମଣ୍ତଳୀ ପୁର୍ବରବାର ଗଠନ କରାଯିବ । ୨୦୨୬ କିମ୍ବା ୨୦୨୭ରେ ଯାଇ ଦେଶର ଜନଗଣନା କରାଯିବ ।
ତେବେ ୨୦୨୭ରେ ଜନଗଣନା ଶେଷ ହେବା ପରେ ୨୦୨୯ ନିର୍ବାଚନ ବେଳକୁ ମହିଳା ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବାର ସମ୍ଭାବନା ରହିଛି । ତେବେ ଆଇନରେ ପରିଣତ ହେବା ପରେ ଏହା ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବା । ଏହାପରେ ମଧ୍ୟ ବୃଦ୍ଧି କରାଯାଇ ପାରିବ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ବର୍ତ୍ତମାନ ମାତ୍ର ୧୪ ପ୍ରତିଶତ ମହିଳା ସଂସଦ ଓ ବିଧାନସଭାରେ ରହିଛନ୍ତି । ଏହା ବିଶ୍ୱର ହାରାହାରି ମହିଳା ମହିଳା ଭାଗିଦାରୀଠାରୁ କମ୍ ।












Click it and Unblock the Notifications