ଦେଶର ୫୦ ଜଣଙ୍କୁ ମିଳିଲା ଜାତୀୟ ଶିକ୍ଷକ ପୁରସ୍କାର, ଓଡ଼ିଶାରୁ ୨
ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଶିକ୍ଷକ ଦିବସ ସମାରୋହରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଥିଲେ।
ନିଜର ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଏପରି ଶିକ୍ଷା ପ୍ରଦାନ କରିବା ଉଚିତ୍ ଯେପରି ସେମାନେ ମହିଳାଙ୍କ ଗାରିମାର ଅନୁକୂଳ ସେମାନଙ୍କ ସହ ବ୍ୟବହାର କରିବେ । ମହିଳାଙ୍କ ସମ୍ମାନ କେବଳ ଶବ୍ଦରେ ନୁହେଁ, ବ୍ୟବହାରରେ ବି ହେବା ଆବଶ୍ୟକ । ଶିକ୍ଷକମାନେ ପ୍ରତ୍ୟେକ ପିଲାଙ୍କ ତାଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଚିହ୍ନି ସେହି ପ୍ରକାରର ସେମାନଙ୍କୁ ସହାୟତା କରିବା ଉଚିତ ।

ରାଷ୍ଟ୍ରୀୟ ଶିକ୍ଷା ନୀତିରେ କୌଶଳ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଆମ ସଂସ୍କୃତିରେ ବିଶ୍ବକର୍ମାଙ୍କୁ ଦେବତାର ମାନ୍ୟତା ଦିଆଯାଇଛି । ଆଜିର ଏହି ସମାରୋହରେ କୌଶଳ ବିକାଶର ପ୍ରଶିକ୍ଷକମାନଙ୍କୁ ବି ପୁରସ୍କୃତ କରାଯାଇଛି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିଛନ୍ତି । ମୋଟ ୫୦ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨ ଜଣ ରହିଛନ୍ତି । ସେମାନେ ହେଲେ ଦ୍ବିତୀ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର କର ।
କଳାହାଣ୍ଡି ଜିଲାର ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ସର୍ଗୀକୃତ ନର୍ଲାସ୍ଥିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର କର ଓ ରାୟଗଡ଼ା ଜିଲାର ଜନଜାତି ପିଲାମାନଙ୍କ ଶିକ୍ଷାର ବିକାଶ ପାଇଁ ସମର୍ପିତ ବିଲେଷୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି।












Click it and Unblock the Notifications