ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି
ଗୁରୁ ଦିବସରେ ଶିକ୍ଷକ ମାନଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି । ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବା ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।
ନୂଆଦିଲ୍ଲୀ: ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଯୋଗଦେବା ଅବସରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।


ମାଆ ମାନେ ହିଁ ଆମକୁ ପ୍ରାରମ୍ଭିକ ଜୀବନରେ ଆମକୁ ବଞ୍ଚିବାର କଳା ଶିଖାଇଛନ୍ତି । ସେଥିପାଇଁ ମାତୃଭାଷା ହିଁ ବାସ୍ତବ ପ୍ରତିଭାର ବିକାଶରେ ସହାୟକ ହୋଇଥାଏ । ମା'ଙ୍କ ପରେ ଶିକ୍ଷକମାନେ ଆମର ଜୀବନରେ ଶିକ୍ଷାକୁ ଆଗକୁ ନିଅନ୍ତି । ଯଦି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭାଷାରେ ପଢ଼ାଇବେ ତେବେ ଛାତ୍ରଛାତ୍ରୀମାନେ ସହଜରେ ନିଜର ପ୍ରତିଭା ବିକାଶ କରିପାରିବେ । ଏଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ରେ ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ପାଇଁ ଭାରତୀୟ ଭାଷା ଗୁଡ଼ିକର ବ୍ୟବହାରକୁ ଯୋର୍ ଦିଆଯାଇଛି ।
ସେହିପରି କେନ୍ଦ୍ର, ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ଦିବସ ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶିକ୍ଷା ଜଗତର ବ୍ୟକ୍ତିବିଶେଷଙ୍କୁ ଆଶୀର୍ବାଦ ଓ ମାଗଦର୍ଶନ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ ଥିବା ପ୍ରତିଭାବାନ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି, କଠିନ ପରିଶ୍ରମ କରୁଥିବା ଶିକ୍ଷକ ମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପୁରସ୍କାରରେ ସମ୍ମାନିତ ହେବା ସମଗ୍ର ଶିକ୍ଷା ସମୁଦାୟ ପାଇଁ ଗୌରବର ବିଷୟ । ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅନେକ ଶିକ୍ଷକ ମାନଙ୍କୁ ଶିକ୍ଷାଦାନରେ ଉତ୍କୃଷ୍ଟତା ହାସଲ କରିବା, ଛାତ୍ରଛାତ୍ରୀଙ୍କ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବା ଓ ଶିକ୍ଷିତ ଭାରତ, ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଆହୁରି ପ୍ରେରଣା ଯୋଗାଇବ ।
ପାଠପଢ଼ାକୁ ସରଳ କରିବା, ଛାତ୍ରଛାତ୍ରୀଙ୍କ ଅଭିଜ୍ଞତାକୁ ମଜଭୂତ୍ କରିବା ପାଇଁ ସମ୍ମାନିତ ଶିକ୍ଷକ ମାନଙ୍କ ଉତ୍ସାହ, ପ୍ରତିବଦ୍ଧତା, ପ୍ରୟାସ ଏବଂ ସୃଜନଶୀଳତା ସମସ୍ତଙ୍କ ପାଇଁ ପ୍ରେରଣା । ଶିକ୍ଷା ବ୍ୟବସ୍ଥାର ମୂଳଦୁଆ ଶିକ୍ଷକ ଭାରତକୁ ଜ୍ଞାନ ଆଧାରିତ ସମାଜ ଭାବରେ ପରିଣତ କରିବାରେ ଏକ ସ୍ତମ୍ଭ ଅଟନ୍ତି । ପ୍ରଧାନ ଗୁରୁ ଦିବସ ଅବସରରେ ଶିକ୍ଷକ ଏବଂ ଶିକ୍ଷା ସହ ଜଡ଼ିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଷ୍ଟ୍ର ନିର୍ମାଣ ଓ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।












Click it and Unblock the Notifications