Get Updates
Get notified of breaking news, exclusive insights, and must-see stories!

ଦେଶର ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି । ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ୭୫ ଜଣ ଶିକ୍ଷକଙ୍କୁ 'ଜାତୀୟ ଶିକ୍ଷକ ପୁରସ୍କାର -୨୦୨୩' ପ୍ରଦାନ କରିବା ଅବସରରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେଇଛନ୍ତି ।

ପବିତ୍ର 'ଗୁରୁ ଦିବସ' ଅବସରରେ ଭାରତ ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଶିକ୍ଷାଦାନ କାର୍ଯ୍ୟରେ ମହିଳାଙ୍କ ଭାଗିଦାରୀକୁ ଦେଖି ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରୁଥିବା ଶିକ୍ଷକଙ୍କ ମଧ୍ୟରେ ମହିଳା ମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିବା ନେଇ ରାଷ୍ଟ୍ରପ୍ରତି ଆଶାବ୍ୟକ୍ତ କରିଛନ୍ତି । ମହିଳା ସଶକ୍ତୀକରଣ ପାଇଁ ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ।

ସେହିପରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷକ ମାନଙ୍କୁ ଜାତୀୟ ଶିକ୍ଷା ପୁରସ୍କାରରେ ସମ୍ମାନିତ କରିବା ସହ ମାର୍ଗଦର୍ଶନ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଗୁରୁ ଦିବସର ଅଭିନନ୍ଦନ ଜଣାଇବା ସହ ସମ୍ମାନିତ ୭୫ ଜଣ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପାଠପଢାରେ ଉନ୍ନତି ଆଣିବା ଦିଗରେ ଶିକ୍ଷକ ମାନଙ୍କର ଉତ୍ସାହ ଏବଂ ଛାତ୍ରଛାତ୍ରୀଙ୍କ ଜୀବନକୁ ସମୃଦ୍ଧ କରିବା ପାଇଁ ଅଭିନବ ଶୈଳୀରେ ପାଠପଢା ପ୍ରେରଣାର ସ୍ରୋତ ।

national_teacher_award

ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହେଉଛନ୍ତି ଶିକ୍ଷକ । ଏହି ଶିକ୍ଷକ ସମୁଦାୟ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ସମାଜ ଭାବରେ ପରିଣତ କରିବା ଦିଗରେ ଆଗକୁ ନେବେ । ଆମର ଶିକ୍ଷକମାନେ ଶିକ୍ଷାଦାନ ଓ ଶିକ୍ଷା ଆହରଣରେ ଏକ ନୂଆ ମାନଦଣ୍ଡ ପ୍ରତିଷ୍ଠା କରି ଶିକ୍ଷିତ ଓ ବିକଶିତ ଭାରତର କଳ୍ପନାକୁ ସାକାର କରିବେ ।

ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ କରିବା, ସୁସ୍ଥ ସମାଜ ଗଠନ କରିବା ତଥା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ଭାବରେ ଗଢି ତୋଳିବା ଦିଗରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଶିକ୍ଷା ପରିବାରରେ ଏହି ଯୋଗଦାନ ଶିକ୍ଷକ ଓ ଯୁବ ସମାଜକୁ ଅନୁପ୍ରାଣିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡ଼ିଶା ସମେତ ଦେଶର ୭୫ ଜଣ ପ୍ରତିଭାବାନ ଶିକ୍ଷକ ଓ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶାର ଶଶି ଶେଖର କର ଶର୍ମା, ସୁଭାଷ ଚନ୍ଦ୍ର ରାଉତ, ରବିନାରାୟଣ ସାହୁ ଓ ସୁନୀତା ସିଂହ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଭଦ୍ରକ ଜିଲ୍ଲାର କେନ୍ଦୁଆପଡ଼ା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶଶି ଶେଖର କର ଶର୍ମା ଓଡ଼ିଆ ଭାଷାରେ ନବମ ଓ ଦଶମ ଶ୍ରେଣୀର ସମ୍ପୂର୍ଣ୍ଣ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରସ୍ତୁତ କରି ଟେକ୍ନୋଲୋଜି ମାଧ୍ୟମରେ ଶିକ୍ଷା ପ୍ରଦାନ କରୁଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ସୁଭାଷ ଚନ୍ଦ୍ର ରାଉତ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଆରହଣରେ ସକ୍ରିୟ ଯୋଗଦାନ ପାଇଁ ପ୍ରୋତ୍ସାହିତ କରିବା ପାଇଁ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଏହା ବ୍ୟତିତ ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ଖୁଦପୁର ସ୍ଥିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ଆଇଟିଆଇ ଅନୁଷ୍ଠାନର ପ୍ରଶିକ୍ଷଣ ଅଧିକାରୀ ରବିନାରାୟଣ ସାହୁ ଏବଂ ଭୁବନେଶ୍ୱରରେ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ କାର୍ଯ୍ୟରତ ସହକାରୀ ପ୍ରଶିକ୍ଷଣ ଅଧିକାରୀ ସୁନୀତା ସିଂହ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+