କୋର୍ଟରେ ପଡ଼ି ରହିଥିବା ମାମଲାକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ରାଷ୍ଟ୍ରପତି
ନୂଆଦିଲ୍ଲ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ବିଚାରାଧୀନ ମାମଲା ହ୍ରାସ କରିବା ନ୍ୟାୟପାଳିକା ପାଇଁ ଏକ ବଡ ଆହ୍ୱାନ । ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜିଲା ନ୍ୟାୟପାଳିକାର ଦୁଇଦିନିଆ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ସମସ୍ତ ଅଂଶୀଦାର ଏକାଠି ହୋଇ ବକେୟା ମାମଲାର ସମାଧାନ ପାଇଁ ଉପାୟ ଖୋଜିବା ଉଚିତ । ଦୁଇ ଦିନିଆ ଜିଲ୍ଲାସ୍ତରୀୟ ନ୍ୟାୟପାଳିକାର ଜାତୀୟ ସମ୍ମିଳନୀରେ ସମ୍ବୋଧନ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, "ଦୁଷ୍କର୍ମ ଭଳି ମାମଲାରେ ଯେତେବେଳେ କୋର୍ଟଙ୍କ ରାୟ ଗୋଟିଏ ପଢ଼ି ପରେ ପାରିତ ହେଉଛି ସେତେବେଳେ ସାଧାରଣ ଲୋକ ଭାବୁଛନ୍ତି ଯେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଅତ୍ୟନ୍ତ ଅସମ୍ବେଦନଶୀଳ।"
ରାଷ୍ଟ୍ରପତି ମୁର୍ମୁଙ୍କ କହିବା କଥା ଗାଁରେ ଲୋକମାନେ ନ୍ୟାୟପାଳିକାକୁ ଭଗବାନ ବୋଲି ବିବେଚନା କରନ୍ତି। କାରଣ ସେମାନେ ନ୍ୟାୟପାଳିକାରୁ ନ୍ୟାୟ ପାଆନ୍ତି। କଥାରେ ଅଛି ଭଗବାନଙ୍କ ଘର ବିଳମ୍ବ ହୋଇପାରେ, କିନ୍ତୁ ଅନ୍ଧକାର ନୁହେଁ। କିନ୍ତୁ ବିଳମ୍ବ କେତେ ହୋଇପାରେ? ଏହା କେତେ ଲମ୍ବା? ଏହା ଉପରେ ଆମକୁ ଚିନ୍ତା କରିବାକୁ ପଡ଼ିଛି। ଜଣେ ନ୍ୟାୟ ପାଇବା ବେଳକୁ ତାଙ୍କର ହସ ସମ୍ଭବତଃ ଲିଭି ଯାଇଥିବ। ତାଙ୍କ ଜୀବନ ସରି ଯାଇଥିବ। ଆମକୁ ଅତ୍ୟନ୍ତ ବ୍ୟାପକ ଓ ଗଭୀର ଭାବେ ଏହାକୁ ଦେଖିବାକୁ ପଡ଼ିବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ମାମଲାର ଶୁଣାଣି ବେଳେ ହେଉଥିବା ସ୍ଥଗିତ ପରାମ୍ପରାକୁ ବଦଳାଇବା ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇ ତ୍ୱରିତ ନ୍ୟାୟ ଉପରେ ଫୋକସ କରାଯିବା ଦରକାର। ଦୁଃଖର କଥା ହେଉଛି ଯେ କିଛି ମାମଲାରେ ଅପରାଧ ଘଟାଇବା ପରେ ଲୋକମାନେ ବେଧଡ଼କ ବାହାରେ ବୁଲୁଛନ୍ତି। ହେଲେ ପୀଡ଼ିତା ଭୟରେ ରହୁଛନ୍ତି। ଏ କ୍ଷେତ୍ରରେ ମହିଳାମାନଙ୍କ ସ୍ଥିତି ଆହୁରି ଖରାପ। ଗୋଟିଏ ସଭ୍ୟ ସମାଜ କେବେ ହେଲେ ଏହାକୁ ସମର୍ଥନ କରେନାହିଁ ବୋଲି ସେ କହିଛନ୍ତି।
ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ କହିଛନ୍ତି, ବକେୟା ମାମଲା ହ୍ରାସ ସଂକ୍ରାନ୍ତ କମିଟି ମାମଲା ପରିଚାଳନା ଜରିଆରେ ବିଚାରାଧୀନ ମାମଲାକୁ ହ୍ରାସ କରିବା ପାଇଁ ଏକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି, ବିଚାରାଧୀନ ମାମଲାର ସମାଧାନ ପାଇଁ ଅନ୍ୟ କେତେକ ରଣନୀତି ମଧ୍ୟରେ ପ୍ରାକ୍ ମାମଲା ବିବାଦ ସମାଧାନ ଅନ୍ତର୍ଭୁକ୍ତ ।
ପ୍ରଧାନ ବିଚାରପତି କହିଛନ୍ତି, ସୁପି୍ରମ୍କୋର୍ଟ ନିକଟର ତାଙ୍କର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ କରିଛନ୍ତି, ଯେଉଁଥିରେ ପାଞ୍ଚଟି କାର୍ଯ୍ୟଦିବସ ମଧ୍ୟରେ ପ୍ରାୟ ଏକ ହଜାର ମାମଲାର ଆପୋଷ ସମାଧାନ ହୋଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିଲା ନ୍ୟାୟପାଳିକାର ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ।












Click it and Unblock the Notifications