Mahakumbh 2025: ମହାକୁମ୍ଭ ମେଳାରେ ବୁ଼ଡ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Mahakumbh 2025: ପ୍ରୟାଗରାଜ ମହାକୁମ୍ଭ ମେଳାରେ ବୁ଼ଡ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କୁମ୍ଭମେଳାରେ ପୂଜାର୍ଚ୍ଚନା କରିବା ସହ ସଙ୍ଗମ ସ୍ଥଳରେ ବୁଡ ପକାଇଲେ ରାଷ୍ଟ୍ରପତି । ସୂଚନା ଅନୁସାରେ ରାଷ୍ଟ୍ରପତି ପ୍ରାୟ ୮ ଘଣ୍ଟାର ଉକ୍ତ ସ୍ଥାନରେ ସମୟ ବିତାଇବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଅଛନ୍ତି ।

ମହାକୁମ୍ଭରେ କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଆକର୍ଷଣର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି। ଏପର୍ଯ୍ୟନ୍ତ ସଙ୍ଗମରେ ୫୦ କୋଟିରୁ ଅଧିକ ଲୋକ ସ୍ନାନ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ସୋମବାର ଦିନ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରୟାଗରାଜରେ ପହଞ୍ଚି ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ଏହି ସମୟରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ରାଜ୍ୟ ମୁଖ୍ୟ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଅଛନ୍ତି ।












Click it and Unblock the Notifications