Get Updates
Get notified of breaking news, exclusive insights, and must-see stories!

ଶପଥ ସମାରୋହରେ ରାଷ୍ଟ୍ରପତି ମୁର୍ମୁ ପଢିଲେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି

ସନ୍ଥ କବି ଭୀମ ଭୋଇଙ୍କ କବିତା ‘ମୋ ଜୀବନ ପଛେ ନର୍କ ପଡିଥାଉ, ଜଗତ ଉଦ୍ଧାର ହେଉ ’ ପଂକ୍ତିକୁ ଶପଥ ସମାରୋହରେ ନିଜ ଅଭିଭାଷଣରେ ପଢିଛନ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଛନ୍ତି ମାଡାମ୍ ପ୍ର

ନୂଆଦିଲ୍ଲୀ: ସଂସଦ ଭବନରେ ଓଡ଼ିଆ ପଂକ୍ତି । ସନ୍ଥ କବି ଭୀମ ଭୋଇଙ୍କ କବିତା 'ମୋ ଜୀବନ ପଛେ ନର୍କ ପଡିଥାଉ, ଜଗତ ଉଦ୍ଧାର ହେଉ ପଂକ୍ତିକୁ ଶପଥ ସମାରୋହରେ ନିଜ ଅଭିଭାଷଣରେ ପଢିଛନ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଗତ କଲ୍ୟାଣ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିବାକୁ ଆହ୍ୱାନ ଦେଇଛନ୍ତି ମାଡାମ୍ ପ୍ରେସିଡେଣ୍ଟ । ମହିଳାଙ୍କ ହିତ ସାଧନ ତାଙ୍କର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି । ସମସ୍ତ ସହଯୋଗରେ ଉଜ୍ଜଳ ଭାରତର ନିର୍ମାଣ କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି ।

President Draupadi Murmu

ନିଜ ଅଭିଭାଷଣ ସମୟରେ ସେ କହିଥିଲେ ଯେ, ଜଗନ୍ନାଥ କ୍ଷେତ୍ରର ଜଣେ କବି ଯିଏ ଏହି ପଂକ୍ତିକୁ ଉଲ୍ଲେଖ କରିଥିଲେ । ଯାହାର ଅର୍ଥ ସର୍ବୋଦୟ ସମଭାବ । ନିଜ ଜୀବନକୁ ଉତ୍ସର୍ଗ କରି ସମଗ୍ର ମାନବ ଜାତିର ସେବା ହିଁ ମଣିଷ ଜନ୍ମର ଉଦ୍ଦେଶ୍ୟ । ତେବେ ଓଡ଼ିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତି କହିବା ମାତ୍ରେ କରତାଳିରେ ଫାଟି ପଡ଼ିଥିଲା ସେଣ୍ଟ୍ରାଲ ହଲ ।

ଶପଥ ନେବା ପରେ ମହାମହିମ ଦ୍ରୈପଦୀ ମୁର୍ମୁ କହିଛନ୍ତି, ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମୋତେ ଦାୟିତ୍ୱ ମିଳିଛି । ଏହା ଏକ ଐତିହାସିକ ମୁହୂର୍ତ୍ତ । ଆଗାମୀ ୨୫ ବର୍ଷର ଲକ୍ଷ୍ୟ ନେଇ କାମ କରିବି । ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ମୋର ଯାତ୍ରା ଆରମ୍ଭ ହୋଇଛି । ୱାର୍ଡ କାଉନସିଲରରୁ ଆସି ମୁଁ ଶୀର୍ଷ ଆସନ ରାଷ୍ଟ୍ରପତି ପଦରେ ବସି ପାରିଛି । ଏହା ଆମ ଲୋକତନ୍ତ୍ରର ଶକ୍ତି, ଫଳରେ ଜଣେ ଆଦିବାସୀ ଶୀର୍ଷକୁ ଯାଇପାରିଛି । ଜୁଲାଇ ୨୬ କାରଗିଲ ବିଜୟ ଦିବସ ଅବସରରେ ଯବାନଙ୍କୁ ଆଗୁଆ ବଧାଇ ଦେଉଛି । କରୋନା ମହାମାରୀରେ ସାରା ବିଶ୍ୱକୁ ସାମର୍ଥ୍ୟ ଦେଖାଇଛି ଭାରତ । ନିକଟରେ ୨୦୦ କୋଟି ଡୋଜ୍ କରୋନା ଟିକା ଦେଇଛି ଭାରତ ବୋଲି ମ୍ୟାଡମ୍‌ ଦ୍ରୌପଦୀ ମୁର୍ମୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+