ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଆଜି ମଥୁରା ଗସ୍ତରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରହିବା ସମୟରେ ବୃନ୍ଦାବନ ସ୍ଥିତ ଶ୍ରୀହିତ ରାଧା କେଳି କୁଞ୍ଜ ଆଶ୍ରମରେ ପହଞ୍ଚିଛନ୍ତି । ସେ ସେଠାରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରିଛନ୍ତି । ଆଶ୍ରମରେ ରାଷ୍ଟ୍ରପତି ପହଞ୍ଚିବା ପରେ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟମାନେ ତାଙ୍କୁ ଭବ୍ୟ ସ୍ବାଗତ କରିଥିବା ଜଣାପଡିଛି । ଏଥିସହ ସେ ଏକାନ୍ତରେ ବସି ପ୍ରେମାନନ୍ଦ ମହାରାଜଙ୍କ ସହ ମଧ୍ୟ ବାର୍ତ୍ତାଳୋପ କରିଛନ୍ତି ।

ସୂଚନାନୁଯାୟୀ, ଦୁଇ ଜଣ ବସି ଏକାନ୍ତରେ ଆଧ୍ୟତ୍ମିକତା, ସେବା ଏବଂ ଜନ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ପ୍ରେମାନନ୍ଦ ମହାରାଜଙ୍କ ସରଳ ଜୀବନଯାପନ ଏବଂ ତାଙ୍କର ଆଧ୍ୟାତ୍ମିକ ଉପଦେଶ ପ୍ରତି ସମ୍ମାନ ପ୍ରକାଶ କରିଥିଲେ । କଡ଼ା ସୁରକ୍ଷା ମଧ୍ୟରେ ହୋଇଥିବା ସାକ୍ଷାତକାର ସମୟ ଆଶ୍ରମରେ ଭକ୍ତିମୟ ବାତାବରଣ ସୃଷ୍ଟି କରିଥିଲା । ଗତକାଲି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦର୍ଶନ କରି ଦ୍ରୌପଦୀ ମୁର୍ମୁ ମଥୁରାରେ ପହଞ୍ଚିଥିଲେ ।
ମଥୁରାରେ ରାଷ୍ଟ୍ରପତି ମୁର୍ମୁ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଆଜି ସକାଳୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହିତ ସେ ତାଙ୍କ ଦିନର ଆରମ୍ଭ କରିଥିଲେ । ରାଷ୍ଟ୍ରପତି ରାଧାକେଲି କୁଞ୍ଜରେ ଥିବା ଆଶ୍ରମରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ପ୍ରବଚନ ମଧ୍ୟ ଶୁଣିଥିଲେ । ଏହାରି ମଧ୍ୟରେ ପ୍ରେମାନନ୍ଦ ମହାରାଜଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏବଂ ହାତ ଯୋଡ଼ି ତାଙ୍କୁ ପ୍ରଣାମ କରିଥିଲେ ରାଷ୍ଟ୍ରପତି ମୁର୍ମୁ । ପ୍ରେମାନନ୍ଦ ଜୀ ମଧ୍ୟ ଖୁସି ମନରେ 'ରାଧେ-ରାଧେ' କହି ତାଙ୍କର ଶୁଭେଚ୍ଛା ଗ୍ରହଣ କରିଥିଲେ ।
ଅନ୍ୟପଟେ ଗତକାଲି ରାଷ୍ଟ୍ରପତି ମୁର୍ମୁ ଅଯୋଧ୍ୟାର ରାମ ମନ୍ଦିର ପରିଦର୍ଶନ କରିଥିଲେ । ସେଠାରେ ଚାଲିଥିବା ସ୍ୱତନ୍ତ୍ର ଧାର୍ମିକ ସମାରୋହର ସାମିଲ ହୋଇ ୧୫୦ କିଲୋଗ୍ରାମ ସୁନାରେ ତିଆରି ଶ୍ରୀ ରାମ ଯନ୍ତ୍ର ସ୍ଥାପନ କରିଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ ସରକାରୀ 'X' ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖାଯାଇଛି ଯେ, "ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ପୂଜା କରିଥିଲେ । ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଦର୍ଶନ କରିଥିଲେ । ଏହା ବ୍ୟତୀତ ସେ ରାମ ଲାଲ୍ଲାଙ୍କ ମନ୍ଦିରରେ ଦର୍ଶନ କରି ଆରତୀ କରିଥିଲେ ଏବଂ ସମସ୍ତଙ୍କ ସୁଖ ଏବଂ ସମୃଦ୍ଧି ପାଇଁ ପ୍ରଭୁ ରାମ ଲାଲ୍ଲାଙ୍କୁ ପ୍ରାର୍ଥନା ମଧ୍ୟ କରିଥିଲେ ।"
-
ଭାରତରେ ପହଁଚିଲା 'ଜଗ୍ ଲାଡକୀ', ଆଣିଛି ଅଶୋଧିତ ତୈଳ -
ଏଣିକି ବିମାନରେ ୬୦% ସିଟ୍ ମାଗଣାରେ ବାଛିପାରିବେ ଯାତ୍ରୀ -
ଷ୍ଟକ୍ ମାର୍କେଟ୍ କ୍ରାସ୍; ନିବେଶକଙ୍କ ୧୧ ଲକ୍ଷ କୋଟି ଗୋଲ୍ -
ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ଦୀର୍ଘ ୮ ଘଣ୍ଟା ଜେରା -
ବଡ ନିଷ୍ପତ୍ତି ନେଲା ରେଳ ବିଭାଗ, କାର୍ଯ୍ୟରେ ଅବହେଳା ପାଇଁ ୬ ଅଧିକାରୀ ବହିଷ୍କାର -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ଅଶାନ୍ତ ମଧ୍ୟପ୍ରାଚ୍ୟ; ୧୧ଟି ଦେଶକୁ ବିମାନ ଯାତ୍ରା କରନାହିଁ: DGCAର ଆଡଭାଇଜରି ପରେ.... -
୭୩ ରାଜ୍ୟ ସଭା ସଦସ୍ୟଙ୍କ ନାମରେ ଆପରାଧିକ ମାମଲା -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ବଡ ନିଷ୍ପତ୍ତି ନେଲେ ରାଜ୍ୟ ସରକାର, ଏଣିକି ଦିବ୍ୟାଙ୍ଗଙ୍କୁ ଦେବାକୁ ହେବନି ବସ ଭଡା -
ବାହୁବଲୀ ନେତା ଅନନ୍ତ ସିଂଙ୍କୁ ମିଳିଲା ଜାମିନ -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି








Click it and Unblock the Notifications