ଗୁଜୁରାଟ : ମହିଳା ଉଦ୍ୟୋଗୀଙ୍କ ପାଇଁ ଷ୍ଟାର୍ଟଅପ ପ୍ଲାଟଫର୍ମ ଲଞ୍ଚ କଲେ ରାଷ୍ଟ୍ରପତି ମୁର୍ମୁ
ଗୁଜୁରାଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆଜି ମହିଳା ଉଦ୍ୟୋଗୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି ।
ଗାନ୍ଧୀନଗର: ଗୁଜୁରାଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ଆଜି ମହିଳା ଉଦ୍ୟୋଗୀଙ୍କ ପାଇଁ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଗୁଜୁରାଟ ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହୋଇଥିଲେ । ଏହି ଷ୍ଟାର୍ଟଅପ ପ୍ରକଳ୍ପଗୁଡିକ ମଧ୍ୟରେ ଶିକ୍ଷା ଓ ଆଦିବାସୀ ବିକାଶ ସମ୍ପର୍କିତ ଅନେକ ପ୍ରକଳ୍ପ ରହିଛି । ମହିଳାଙ୍କ ପାଇଁ ଏହି ଷ୍ଟାର୍ଟଅପ ପ୍ରୋଗ୍ରାମ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ବିକଶିତ କରାଯାଇଛି ।

ରାଷ୍ଟ୍ରପତିଙ୍କ ଏହି ଦୁଇ ଦିନିଆ ଗସ୍ତର ପ୍ରଥମ ଦିନରେ ସେ ଅହମ୍ମଦାବାଦର ପ୍ରସିଦ୍ଧ ସାବରମତି ଆଶ୍ରମ ପରିଦର୍ଶନ କରିଥିଲେ ମୁର୍ମୁ। ଏଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆଶ୍ରମ ପରିସର ପରିଦର୍ଶନ କରିଥିଲେ । ଗାନ୍ଧିଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବୁଲି ଦେଖିବା ସହ ଚରଖା ବୁଲାଇ ସୂତା ମଧ୍ୟ ପ୍ରସ୍ତୁତ କରିଥିଲେ । ଆଜି ଗସ୍ତର ଦ୍ବିତୀୟ ଦିନରେ ସେ ବିଶ୍ବବିଦ୍ୟାଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
LIVE: President Droupadi Murmu launches 'herSTART' – a start-up platform of Gujarat University for women entrepreneurs and inaugurates/lays the foundation stone for various projects related to education and tribal development at Gujarat University https://t.co/qGqcvDTDjc
— President of India (@rashtrapatibhvn) October 4, 2022
ମହିଳା ଉଦ୍ୟୋଗୀଙ୍କୁ ପ୍ରତ୍ସାହିତ କରିବା ପାଇଁ ଏକାଧିକ ଷ୍ଟାର୍ଟଅପକୁ ରାଷ୍ଟ୍ରପତି ଲୋକାର୍ପଣ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । କାର୍ଯ୍ୟକ୍ରମରେ ଅନେକ ମହିଳା ଉଦ୍ୟୋଗୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ସେମାନଙ୍କୁ ରାଷ୍ଟ୍ରପତି ମୁର୍ମୁ ସମ୍ବୋଧିତ ମଧ୍ୟ କରିଥିଲ । ରାଷ୍ଟ୍ରପତି କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟର ବିକାଶର ନିଜସ୍ୱ ମଡେଲ ଅଛି ଯାହା ରାଜ୍ୟର ସମ୍ବଳ ଏବଂ ଆବଶ୍ୟକତା ଦ୍ୱାରା ନିର୍ଦ୍ଧାରିତ ହୁଏ । କିନ୍ତୁ ଗୁଜୁରାଟ ଯେପରି ଭାବରେ ସମସ୍ତ ପର୍ଯ୍ୟାୟ ଅଗ୍ରଗତି କରିଛି, ତାହା ଅନ୍ୟ ରାଜ୍ୟକୁ ଅନ୍ତର୍ଭୁକ୍ତ ବିକାଶର ମାର୍ଗ ଦେଖାଇଛି ।












Click it and Unblock the Notifications