Get Updates
Get notified of breaking news, exclusive insights, and must-see stories!

ନୟାଗଡ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କେତେବେଳେ କେଉଁଠି କି ଯିବେ ? କ'ଣ ରହିଛି କାର୍ଯ୍ୟସୂଚୀ ?

ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ନୟାଗଡ ଗସ୍ତ କରି ସେଠାରେ ପ୍ରଭୁ ନୀଳମାଧବଙ୍କ ଆଶୀର୍ବାଦ ନେବେ । ଏହା ସହ କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ଯୋଗ ଦେବେ ।

ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ଗତକାଲି ନୟାଗଡ ଜିଲ୍ଲାପାଳ, ଏସପି, ଏଡିଜି, କେନ୍ଦ୍ରାଞ୍ଚଳ ଆଇଜି ଓ ଖଣ୍ଡପଡା ବିଧାୟକ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ନୟାଗଡ ଗସ୍ତରେ ଆସିବେ ରାଷ୍ଟ୍ରପତି:

ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଓଡ଼ିଶା ଅଭିମୁଖେ ବାହାରିବେ ରାଷ୍ଟ୍ରପତି । ଦିନ ୨ଟା ସମୟରେ କଣ୍ଟିଲୋ ପଲଟନ ଅବତରଣ କରିବ ରାଷ୍ଟ୍ରପତିଙ୍କୁ ନେଇ ଆସିବାକୁ ଥିବା ସ୍ବତନ୍ତ୍ର ବିମାନ । ଏନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

President Draupadi Murmu

ମୁତୟନ ରହିବେ 30 ପ୍ଲାଟୁନ ଫୋର୍ସ:

ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ସୁରକ୍ଷା ଦୃଷ୍ଟିରୁ 30 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ନୟାଗଡ ଜିଲ୍ଲାପାଳ, ନୟାଗଡ SP, ADG, କେନ୍ଦ୍ରାଞ୍ଚଳ IG, ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତ ଉପରେ ଯାଞ୍ଚ କରିଥିଲେ ।

ନୀଳମାଧଵଙ୍କ ମନ୍ଦିର ପାହାଡ଼ ଉପରେ ଥିବାରୁ ଗୋଟେ ଅତ୍ୟାଧୁନିକ ଲିଫ୍ଟର ସୁବିଧା କରାଯାଇଥିଲା । ଯାହାର ଆଜି ଟ୍ରାଏଲ ରନ ସରିଛି ଏବଂ ସମସ୍ତ ଉପରିସ୍ଥ ଅଧିକାରୀ ରହି ଏହି ଟ୍ରାଏଲ ରନକୁ ସମ୍ପୂର୍ଣ୍ଣ ଭାବରେ ତଦାରଖ କରିଥିଲେ l ଏହି ଲିଫ୍ଟ ଓଡ଼ିଶାରେ ଦ୍ବିତୀୟ ଏହା 60ଫୁଟ ଉଚ୍ଚ ବିଶିଷ୍ଟ ରହିଛି l ଯେଉଁଥିରେ ମହାମହିମ ମନ୍ଦିରକୁ ଯିବେ ଏବଂ ଦର୍ଶନ କରିବେ । ଏହି ଲିଫ୍ଟ ଆଗାମୀ ଦିନରେ ବହୁତ ସାହାଯ୍ୟ ହେବ ବୋଲି ସେବାୟତ କହିଛନ୍ତି ।

ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ କହିଛନ୍ତି, 'ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଣ୍ଟିଲୋ ନୀଳମାଧବ ମନ୍ଦିର ଦର୍ଶନ ପାଇଁ ଆସୁଛନ୍ତି । କାଳିଆପଲ୍ଲୀରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସରେ ସାମିଲ ହେବେ ।

ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି । ଲିଫ୍ଟର ଟେଷ୍ଟିଂ ଦୁଇ ଦିନ ତଳେ ହୋଇଥିଲା । ରାଷ୍ଟ୍ରପତି କେଉଁ ମାର୍ଗକୁ ଯିବେ । ମୁଁ ଏବଂ ପୋଲିସ ପ୍ରଶାସନ ମିଶିକି ତଦାରକ କରିଛୁ । ଲିଫ୍ଟରେ ଯିବାଆସିବା କରିବେ । ଏହାପରେ କାଳିଆପଲ୍ଲୀ ଯିବେ । ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ୩ରୁ ୪ହଜାର ଲୋକ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ସଭାକୁ ସମ୍ବୋଧନ କରିବେ । ଏହାପରେ ଫେରିଯିବେ ।

ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ନଜର ପକାନ୍ତୁ ଆଜିର କାର୍ଯ୍ୟକ୍ରମ ଉପରେ :

  • ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୨ଟା ସମୟରେ କଣ୍ଟିଲୋରେ ପହଞ୍ଚିବେ
  • ସେଠାରୁ PWD ଡାକ ବଙ୍ଗଳାକୁ ଯିବେ
  • ଦିନ ୩ଟା ୧୫ରେ କଣ୍ଟିଲୋ ନୀଳମାଧଵ ମନ୍ଦିରକୁ ଗସ୍ତ କରିବେ
  • ସେଠାରେ ନୀଳମାଧବଙ୍କୁ ଦର୍ଶନ କରି ଆଶିଷ ନେବେ
  • ଏହା ପରେ ଶବରରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଯିବେ
  • ଶବର ସମାଜର ଯଜ୍ଞରେ ଆହୂତି ଦେବେ
  • ଶବରରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ
  • ବିଶ୍ୱାବସୁଙ୍କ ତପସ୍ୟା ସ୍ଥଳକୁ ଯିବେ
  • ଏହାପରେ ଫେରିଯିବେ ଭୁବନେଶ୍ବର
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+