ଭାରତ ଏବଂ ଆଲଜେରିଆ ମଧ୍ୟରେ ଗଭୀର ଅର୍ଥନୈତିକ ସହଯୋଗ ପାଇଁ ରାଷ୍ଟ୍ରପତି ମୁର୍ମୁ କଲେ ଆହ୍ୱାନ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ଆଲଜେରିଆ ମଧ୍ୟରେ ଅର୍ଥନୈତିକ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି। ଆଲଜେରିଆର ରାଜଧାନୀ ଆଲଜିୟର୍ସଠାରେ ଆୟୋଜିତ ଆଲଜେରିଆ -ଭାରତ ଅର୍ଥନୈତିକ ଫୋରମକୁ ସମ୍ବୋଧୃତ କରି ରାଷ୍ଟ୍ରପତି ଦ୍ବିପାକ୍ଷିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲଜେରିଆ, ମୌରିଟାନିଆ ଏବଂ ମାଲଞ୍ଜି ଗସ୍ତରେ ଯାଇ ଆଲଜିୟର୍ସରେ ଅଛନ୍ତି ।

ଆଲଜେରିଆ - ଭାରତ ଅର୍ଥନୈତିକ ମଞ୍ଚକୁ ସମ୍ବୋଧିତ କରି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଆଲଜେରିଆ ନେତୃବୃନ୍ଦଙ୍କ ସହ ବିଭିନ୍ନ ଆଲୋଚନାରେ ଏହା ସ୍ପଷ୍ଟ ହୋଇଛି ଯେ ଆଲଜେରିଆ ଅଭିବୃଦ୍ଧି ଏବଂ ପୁଞ୍ଜିନିବେଶ ସୁଯୋଗ ବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । ମେକ୍ ଇନ୍ ଇଣ୍ଡିଆ ଅଭିଯାନରେ ସାମିଲ ହେବାକୁ ରାଷ୍ଟ୍ରପତି ଆଲଜେରିଆର କମ୍ପାନିମାନଙ୍କୁ ଏହି ଅବସରରେ ଆମନ୍ତ୍ରଣ କରିଛନ୍ତି। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଲଜେରିଆ ଗସ୍ତର ତୃତୀୟ ଦିନ ହୋଇଥିବାରୁ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି












Click it and Unblock the Notifications