ପବିତ୍ର ଦୁର୍ଗା ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଦୁର୍ଗାପୂଜାର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି।

ରାଷ୍ଟ୍ରପତି କହିଛନ୍ତି, ଦୁର୍ଗା ପୂଜାକୁ ମନ୍ଦ ଉପରେ ଭଲର ବିଜୟ ଭାବରେ ପାଳନ କରାଯାଏ। ମା' ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ବୋଲି ବିବେଚନା କରାଯାଏ। ଏହା ଭକ୍ତିର ପର୍ବ ଏବଂ ଏହି ସମୟ ମଧ୍ୟରେ ଆମେ ଆମର ଆଧ୍ୟାତ୍ମିକ ଯାତ୍ରାକୁ ଚେତନାର ଉଚ୍ଚ ସ୍ତରକୁ ନେଇଥାଉ। ଏହି ପର୍ବ ମା' ଦୁର୍ଗାଙ୍କ ପ୍ରତି ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିବା ଏବଂ ସମସ୍ତ ଧର୍ମ ମଧ୍ୟରେ ଏକତା ଓ ବୁଝାମଣାକୁ ପ୍ରୋତ୍ସାହିତ କରିବାର ଏକ ଅବସର।
ରାଷ୍ଟ୍ରପତି କହିଛନ୍ତି, ଆସନ୍ତୁ ପ୍ରାର୍ଥନା କରିବା ଯେ ମା' ଦୁର୍ଗା ଆମକୁ ଏକ ନ୍ୟାୟପୂର୍ଣ୍ଣ, ସମ୍ବେଦନଶୀଳ ଏବଂ ସମାନ ସମାଜ ଗଠନ ପାଇଁ ଶକ୍ତି, ସାହସ ଏବଂ ସଂକଳ୍ପ ଦିଅନ୍ତୁ। ମହାଶକ୍ତିର ଏହି ପବିତ୍ର ଅବସରରେ ଆସନ୍ତୁ ମହିଳାମାନଙ୍କ ପ୍ରତି ଅତ୍ୟନ୍ତ ସମ୍ମାନର ସହ ବ୍ୟବହାର କରିବାକୁ ସଂକଳ୍ପ ନେବା ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।












Click it and Unblock the Notifications