ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବୁଧବାର ସକାଳୁ ମତଦାନ ଆରମ୍ଭ ହୋଇଛି। ଏହି ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ଡ. ରାଜେନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତଦାନ କରିଥିଲେ। ଏହି ମତଦାନ କେନ୍ଦ୍ରକୁ ସୱତନ୍ତ୍ର ଢଙ୍ଗରେ ସଜାଯାଇଛି । ଭୋଟ ଦେବା ପରେ ରାଷ୍ଟ୍ରପତି ମତଦାନ କେନ୍ଦ୍ର ବାହାରେ ଏକ ଫଟୋ ମଧ୍ୟ ଉଠାଇଥିଲେ।

ତେବେ ନିର୍ବାଚନ ପ୍ରଚାର ସରିବା ପରେ କାଲକାଜୀ ବିଧାନସଭା ଆସନର ଗୋବିନ୍ଦପୁରୀସ୍ଥିତ ଫତେହ ସିଂହ ମାର୍ଗଠାରେ ସୋମବାର ବିଳମ୍ବିତ ରାତ୍ରିରେ ଉତ୍ତେଜନା ଦେଖାଦେଇଥିଲା। ସ୍ଥାନୀୟ ଅଞ୍ଚଳରେ ଥିବା ବସ୍ତିରେ ଭାଜପା କର୍ମୀମାନେ ଟଙ୍କା ବାଣ୍ଟିବା ସହ ଆପ୍କୁ ଭୋଟ ନ ଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ଆଣି ନିଜ ସମର୍ଥକଙ୍କ ସହ ଆତିଶୀ ସେଠାରେ ପହଞ୍ଚିଥିଲେ। ଫଳରେ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିବାରୁ ପୋଲିସ ହସ୍ତକ୍ଷେପ କରିଥିଲା। ସେଠାରେ ପୋଲିସ ସହ ଆତିଶୀ ଓ ତାଙ୍କ ସମର୍ଥକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପ୍ରଚାର ସରିବା ପରେ ମଧ୍ୟ ଆତିଶୀ ୫୦ରୁ ୬୦ ସମର୍ଥକଙ୍କ ସହ ଭୋଟରଙ୍କ ନିକଟକୁ ଯାଇଥିବାରୁ, ଏହାକୁ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଦର୍ଶାଇ ଗୋବିନ୍ଦପୁରୀ ଥାନା ପୋଲିସ ତାଙ୍କ ନଁାରେ ମାମଲା ରୁଜୁ କରିଛି।












Click it and Unblock the Notifications