ହସ୍ପିଟାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସଫଳ ହେଲା ଅସ୍ତ୍ରୋପଚାର
ହସ୍ପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି ।
ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଖିର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଦ୍ରୌପଦୀ ଆର୍ମି ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମ୍ପର୍କରେ ରାଷ୍ଟ୍ରପତି ଭବନ ପକ୍ଷରୁ ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି । ରାଷ୍ଟ୍ରପତିଙ୍କ ଆଖିର ସଫଳ ଅସ୍ତ୍ରୋପଚାର ହୋଇଥିବା ରାଷ୍ଟ୍ରପତ ଭବନ ପକ୍ଷରୁ କୁହାଯାଇଛି । ୬୪ ବର୍ଷୀୟ ଦ୍ରୌପଦୀ ପଞ୍ଚଦଶତମ ରାଷ୍ଟ୍ରପତି ଭାବେ ଗତ ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିଥିଲେ ।

ଗତବର୍ଷ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ମଧ୍ୟ ଅସ୍ତ୍ରୋପଚାର କରିଥିଲା ଏହି ଟିମ୍ । ବ୍ରିଗେଡିୟର ମିଶ୍ର ଏବେ ଦିଲ୍ଲୀ ଆର୍ମି ହସପିଟାଲର ଚକ୍ଷୁ ବିଭାଗ ମୁଖ୍ୟ ଅଛନ୍ତି । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ''ଶ୍ରୀମତି ମୁର୍ମୁଙ୍କ ମୋତିଆବିନ୍ଦୁ ଅପରେସନ୍ କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଛି । ତାଙ୍କୁ ହସ୍ପିଟାଲରୁ ଜିସଚାର୍ଜ କରାଯାଇଛି।'' ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବୟସ ୬୪ ବର୍ଷ । ସେ ଗତ ଜୁଲାଇ ୨୫ରେ ଭାରତର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।
ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି । ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ସର୍ଜରୀ କରାଯାଇଥିଲା । ଏହା ପରେ ତାଙ୍କୁ ମଧ୍ୟାହ୍ନ ୧.୩୦ରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ଏବେ ସର୍ଜରୀ ପରେ ରାଷ୍ଟ୍ରପତିଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି ବୋଲି ଆର୍ମି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ପ୍ରଥମ ଥର ଲାଗି ଜଣେ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ଥିଲେ ଦ୍ରୌପଦୀ । ଓଡ଼ିଶା ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବିଧାୟିକା ଥିଲେ ଦ୍ରୌପଦୀ ।












Click it and Unblock the Notifications