ରାଜ୍ୟପାଳଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ସିପି ରାଧାକ୍ରିଷ୍ଣନଙ୍କୁ ମିଳିଲା ତେଲେଙ୍ଗାନା, ପୁଡୁଚେରୀର ଅତିରିକ୍ତ ଦାୟିତ୍ବ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତେଲେଙ୍ଗାନାର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ତାମିଲିସାଇ ସୌନ୍ଦରାଜନଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ଥାନରେ ଝାଡଖଣ୍ଡର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ରାଷ୍ଟ୍ରପତି ଭବନ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାଧାକ୍ରିଷ୍ଣନ୍ ନିୟମିତ ନିଯୁକ୍ତି ନହେବା ପର୍ଯ୍ୟନ୍ତ ତେଲେଙ୍ଗାନା-ପୁଡୁଚେରୀର ଦାୟିତ୍ୱ ଗ୍ରହଣ କରିବେ।

ସୁଚନା ଯୋଗ୍ୟ ଯେ, ଗତ କାଲି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ଇସ୍ତଫା ଦେଇଥିଲେ । ତାଙ୍କ ପାଖରେ ପୁଡୁଚେରୀର ଲେଫ୍ଟନାଣ୍ଡ ଗଭର୍ଣ୍ଣରଙ୍କ ଅତିରିକୁ ଦାୟିତ୍ଵ ମଧ୍ୟ ରହିଥିଲା । ପୁନର୍ବାର ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି । 2019 ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ମୁଖ୍ୟ ଥିଲେ ସୌନ୍ଦରାଜନ । ସେପ୍ଟେମ୍ବର 2019 ରେ, ସେ ତେଲେଙ୍ଗାନାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ।
କିରଣ ବେଦୀଙ୍କୁ ହଟାଇବା ପରେ ତାଙ୍କୁ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅତିରିକୁ ଦାୟିତ୍ଵ ଦିଆଯାଇଥିଲା। ଭେଟେରାନ୍ କଂଗ୍ରେସ କର୍ମୀ କୁମାରୀ ଅନନୁଙ୍କ ଝିଅ ସୌନ୍ଦରାଜନ ରାଜ୍ୟପାଳ ହେବା ପୂର୍ବରୁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବିଜେପିରେ ବିତାଇଥିଲେ ।
ସୌନ୍ଦରାଜନ ବିଜେପି ତାମିଲନାଡୁର ପୂର୍ବତନ ସଭାପତି ଥିଲେ। ସେ 2024 ରେ ତାମିଲନାଡୁରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାର ସମ୍ଭାବନା ରହିଛି। ସେ ଦିଲ୍ଲୀରେ ଇସ୍ତଫା ଦେଇଛନ୍ତି। ବିଜେପି ଘୋଷଣା କରିଥିବା ତୃତୀୟ ତାଲିକାରେ ତାଙ୍କ ନାମ ଥାଇପାରେ ବୋଲି ଏକ ସମ୍ଭାବନା ରହିଛି। ସୋମବାର ସକାଳେ ସେ ତାଙ୍କ ଚିଠିକୁ ରାଷ୍ଟ୍ରପତିଙ୍କ ନିକଟକୁ ପ












Click it and Unblock the Notifications