ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ‘ଏକ୍ସ'ରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ 'ଏକ୍ସ'ରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି । ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ବିତ । ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ୍ ମିଶନ ୪ରେ ସାମିଲ୍‌ । ହାକାଶଚାରୀ ପ୍ରମାଣ କରିଛନ୍ତି ବିଶ୍ୱ ଗୋଟିଏ ପରିବାର 'ବସୁଧୈବ କୁଟୁମ୍ବକମ୍ ।

President

ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା। ଉତ୍‌କ୍ଷେପଣ ସମୟରେ ଆକ୍ସିଅମ-୪ ମିଶନ ଘଣ୍ଟା ପ୍ରତି ପ୍ରାୟ ୩୦ ହଜାର କିଲୋମିଟର ବେଗରେ ମହାକାଶକୁ ଉଡ଼ିଥିଲା। କୁହାଯାଉଛି ଯେ, ୨୮ ଘଣ୍ଟାର ଯାତ୍ରା ପରେ, ଆକ୍ସିଅମ-୪ ମିଶନ ଭାରତୀୟ ସମୟ ଅନୁସାରେ ଗୁରୁବାର ସନ୍ଧ୍ୟା ୪..୩୦ ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବ।

ସ୍ପେସଏକ୍ସର କ୍ରୁ ଡ୍ରାଗନ ମହାକାଶଯାନ ଆମେରିକାର ଫ୍ଲୋରିଡାରେ ଥିବା ନାସାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ 39A ରୁ ଫାଲକନ-୯ ରକେଟ ମାଧ୍ୟମରେ ଉଡ଼ାଣ କରିଛି। ଏହା ସେହି ଐତିହାସିକ ସ୍ଥାନ ଯେଉଁଠାରୁ ୧୯୬୯ ମସିହାରେ ଆପୋଲୋ-୧୧ ମିଶନ ଅନ୍ତର୍ଗତ ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଉଡ଼ିଥିଲେ। ଭାରତର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ସହିତ ପୋଲାଣ୍ଡର ସ୍ଲାଭୋସ ଉଜ୍ଞାନସ୍କି-ୱିସନିୱସ୍କି, ହଙ୍ଗେରୀର ଟିବୋର୍‌ କାପୁ ଏବଂ ଆମେରିକାର ଅଭିଜ୍ଞ କମାଣ୍ଡର ପେଗି ହ୍ବିଟସନ ଏହି ମିଶନରେ ଅଛନ୍ତି।

ଏବେ ସମସ୍ତଙ୍କ ନଜର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ରହିଛି, ଯିଏ ଚାରି ଦଶନ୍ଧି ପରେ ଭାରତର ଦ୍ୱିତୀୟ ମହାକାଶଚାରୀ ହୋଇଛନ୍ତି। ଏହି ଐତିହାସିକ ଉଡ଼ାଣ ଭାରତର ବୈଜ୍ଞାନିକ କ୍ଷମତାର ପ୍ରତୀକ।
୍‌
ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ଭାରତୀୟ ବାୟୁସେନାର ଜଣେ ଅଭିଜ୍ଞ ପାଇଲଟ, ଏବଂ ରାକେଶ ଶର୍ମାଙ୍କ ପରେ ମହାକାଶକୁ ଯିବାରେ ଦ୍ୱିତୀୟ ଭାରତୀୟ ନାଗରିକ ହୋଇଛନ୍ତି। ରାକେଶ ଶର୍ମା ୧୯୮୪ରେ ସୋଭିଏତ୍‌ ମିଶନ ଅଧୀନରେ ଉଡ଼ିଥିଲେ। ମିଶନ ପୂର୍ବରୁ ଶୁକ୍ଳାଙ୍କୁ ଏକ ମାସରୁ ଅଧିକ ସମୟ ପାଇଁ କଠୋର କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଏହା ଦ୍ୱାରା ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+