ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାଂଶୁଙ୍କୁ ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି।

Subhanshu Shukla

୨୦୨୫ ଜୁନ୍‌ରେ ଗ୍ରୁପ୍‌ କ୍ୟାପଟେନ୍‌ ଶୁଭାଂଶୁ(୪୧) ଆକ୍ସିଓମ୍‌-୪ ମିଶନରେ ମହାକାଶ ଯାତ୍ରା କରିଥିଲେ। ୧୯୮୪ରେ ରୁଷୀୟ ସୋୟୁଜ୍‌ ମହାକାଶଯାନରେ ରାକେଶ ଶର୍ମା ମହାକାଶ ଯାତ୍ରା କରିଥିବାବେଳେ ୪୧ ବର୍ଷର ବ୍ୟବଧାନରେ ଏହି କ୍ଷେତ୍ରରେ ଶୁଭାଂଶୁ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ଭାରତୀୟ ବାୟୁସେନା (ଆଇଏଏଫ୍‌) ପାଇଲଟ ଶୁଭାଂଶୁ ଆଇଏସ୍‌ଏସ୍‌ରେ ୧୮ ଦିନ ବିତାଇଥିଲେ। ସୁଖୋଇ, ମିଗ୍‌-୨୧, ଜାଗୁଆର ସମେତ ବିଭିନ୍ନ ଏୟାରକ୍ରାଫ୍ଟରେ ତାଙ୍କ ୨,୦୦୦ ଘଣ୍ଟାର ଉଡ଼ାଣ ଅନୁଭୂତି ରହିଛି। ମହାକାଶ ଯାତ୍ରା ଓ ଗବେଷଣା କ୍ଷେତ୍ରରେ ଶୁଭାଂଶୁଙ୍କ ଅବାଦନକୁ ସ୍ବୀକୃତି ପ୍ରଦାନ ପୂର୍ବକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଅଶୋକ ଚକ୍ର ସମ୍ମାନ ଦେଇଛନ୍ତି। ଶୁଭାଂଶୁ ଲକ୍ଷ୍ନୌରେ ୧୯୮୫ ଅକ୍ଟୋବର ୧୦ରେ ଜନ୍ମଗ୍ରହଣ କରିଥିଲେ।
ଏହାବ୍ୟତୀତ ସଶସ୍ତ୍ର ବଳର ୭୦ ଜଣଙ୍କୁ ବୀରତ୍ୱ ସମ୍ମାନ ଦେବା ପାଇଁ ରାଷ୍ଟ୍ରପତି ମଞ୍ଜୁର କରିଛନ୍ତି। ସେଥିରୁ ୩ ଜଣଙ୍କୁ କୀର୍ତ୍ତିଚକ୍ର, ୧୩ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବ। ସେହିପରି ଜଣଙ୍କୁ ବାର୍‌ ଟୁ ସେନା ମେଡାଲ ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+