ଆୟୁର୍ବେଦ ଉପରେ ଅଧିକ ଗବେଷଣା ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି
ଆୟୁର୍ବେଦ ଉପରେ ଅଧିକ ଗବେଷଣା କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହ୍ବାନ ଦେଇଛନ୍ତି । ଆୟୁର୍ବେଦ ଦ୍ବାରା ଅନେକ ପୁରୁଣା ରୋଗ ଭଲ ହୋଇଥାଏ ଏବଂ ଏହା ଉପରେ ଦେଶର ବହୁ ଲୋକ ବିଶ୍ଵାସ କରନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଆଜି ଯୋଗଦେଇ ରାଷ୍ଟ୍ରପତି ଏହା କହିଛନ୍ତି ।

ସେ କହିଛନ୍ତି ଲୋକଙ୍କୁ ସୁସ୍ଥ ରଖିବା ଲକ୍ଷ୍ୟରେ ଆୟୁଷ ମନ୍ତ୍ରଣାଳୟ ଆୟୁର୍ବେଦ ଏବଂ ଯୋଗ ସଂପର୍କରେ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ସୂଚନାଯୋଗ୍ୟ ଓଡ଼ିଶାକୁ ୫ ଦିନିଆ ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ସକାଳେ ପୁରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କର ଦର୍ଶନ ଓ ପୂଜାର୍ଜନା କରିଥିଲେ ।












Click it and Unblock the Notifications