ବନୱାରୀ ଲାଲ୍ ପଂଜାବ, ଗୁରୁମିତ୍ ସିଂ ଉତ୍ତରାଖଣ୍ଡ ଏବଂ ଆର୍ଏନ୍ ରବିଙ୍କୁ ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରାଯିବା ସହ କିଛି ରାଜ୍ୟରେ ରାଜ୍ୟପାଳମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଅବସରପ୍ରାପ୍ତ ଲେଫ୍ଟନାଂଟ୍ କର୍ଣେଲ୍ ଗୁରୁମିତ୍ ସିଂଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି। ସେହିପରି ବନୱାରୀ ଲାଲ୍ଙ୍କୁ ପଂଜାବର ରାଜ୍ୟପାଳ ଏବଂ ଆର୍ଏନ୍ ରବିଙ୍କୁ ତାମିଲନାଡୁର ରାଜ୍ୟପାଳ ଦାୟିତ୍ୱ ପ୍ରଦାନ କରାଯାଇଛି।

ଉତ୍ତରାଖଣ୍ଡ ରାଜ୍ୟପାଳ ଥିବା ବେବି ରାନି ମୌର୍ଯ୍ୟ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଦେଇଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନେଇଥିଲେ। ଏହାପରେ ଅବସରପ୍ରାପ୍ତ ଲେଫ୍ଟନାଂଟ୍ କର୍ଣେଲ୍ ଗୁରୁମିତ୍ ସିଂଙ୍କୁ ଉତ୍ତରାଖଣ୍ଡର ରାଜ୍ୟପାଳ ଭାବରେ ନିଯୁକ୍ତି ପ୍ରଦାନ କରାଯାଇଛି।
ରାଷ୍ଟ୍ରପତି ଭବନରୁ ସୂଚିତ କରାଯାଇଛି ଯେ, ତାମିଲନାଡୁର ରାଜ୍ୟପାଳ ଥିବା ବନୱାରୀ ଲାଲ୍ ପୁରୋହିତ୍ଙ୍କୁ ପଂଜାବର ରାଜ୍ୟପାଳ ଭାବରେ ସ୍ଥାନାନ୍ତରିତ କରାଯାଇଛି। ସେହିପରି ନାଗାଲେଣ୍ଡର ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବିଙ୍କୁ ତାମିଲନାଡୁ ରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।












Click it and Unblock the Notifications