ଇଂରେଜୀ ନବ ବର୍ଷରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଆସିଛି ନୂଆବର୍ଷ ୨୦୨୬ । ନୂଆବର୍ଷକୁ ସବୁଠି ଧୁମଧାମରେ ସ୍ୱାଗତ କରାଯାଉଛି । ନୂଆବର୍ଷ ଉପଲକ୍ଷେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତିି ଯେ ଦେଶ ଓ ବିଦେଶରେ ରହୁଥିବା ଭାରତୀୟଙ୍କୁ ନୂଆବର୍ଷର ଅଭିନନ୍ଦନ ଓ ଶୁଭକାମନା । ଏହି ନୂଆବର୍ଷ ନୂଆ ଉର୍ଜା, ସକରାତ୍ମକ ପରିବର୍ତ୍ତନର ପ୍ରତୀକ ହେଉ । ଏହା ଆତ୍ମଚିନ୍ତନ ଓ ସଂକଳ୍ପର ଅବସର ହେଉ । ଏହି ନୂଆବର୍ଷରେ ଆମକୁ ଦେଶର ବିକାଶ, ସାମାଜିକ ବ୍ୟବସ୍ଥା, ପ୍ରାକୃତିକ ସମ୍ପତ୍ତିର ସଂରକ୍ଷଣ ପ୍ରତି ଆମର ପ୍ରତିବଦ୍ଧତାକୁ ଅହୁରି ମଜବୁତ କରୁ । ଆପଣ ସମସ୍ତଙ୍କ ଜୀବନରେ ୨୦୨୬ ବର୍ଷଟି ସୁଖ, ଶାନ୍ତି, ସମୃଦ୍ଧି ନେଇ ଆଶୁ । ଉଜ୍ଜଳ ଭାରତ ନିର୍ମାଣ ପାଇଁ ଆମର ସଂକଳ୍ପକୁ ନୂଆ ଉର୍ଜା ଦେଉ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି ଆପଣମାନଙ୍କୁ ସମସ୍ତଙ୍କୁ ୨୦୨୬ ପାଇଁ ଅନେକ ଅନେକ ଶୁଭକାମନା । ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ଆଶା, ନୂତନ ସଂକଳ୍ପ ଏବଂ ନୂତନ ଆତ୍ମବିଶ୍ୱାସ ଆଣିଦେଉ । ଏହି ନୂଆବର୍ଷ ସମସ୍ତଙ୍କୁ ଜୀବନରେ ଆଗକୁ ବଢିବା ପାଇଁ ପ୍ରେରଣା ଦେଉ ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼






Click it and Unblock the Notifications