ଦେଶବାସୀଙ୍କୁ ସମ୍ବେୋଧନ କଲେ ରାଷ୍ଟ୍ରପତି

୭୭ତମ ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କୁ ସମ୍ବେୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୫୦ ମସିହା ଜାନୁଆରୀ ୨୬ରୁ ଦେଶର ଗଣତନ୍ତ୍ରର ସାମ୍ବିଧାନିକ ଆଦର୍ଶରେ ଅଗ୍ରସର ହେଉଛି । ଭାରତର ସମ୍ବିଧାନ ବିଶ୍ବ ଇତିହାସର ସବୁଠାରୁ ବଡ଼ ଗଣତନ୍ତ୍ରର ମୂଳଦୂଆ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଶ୍ବରେ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ଆଗେଇଛି ।

President

ନିରନ୍ତର ଦ୍ରୁତ ବେଗରେ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥା ଫଳରେ ଭାରତ ଖୁବ ଶୀଘ୍ର ବିଶ୍ବର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ ଦ୍ବାରା ଦେଶର ଆର୍ଥିକ ସଂରଚନା ଉଚ୍ଚସ୍ତରରେ ଗଠନ ହେଉଥିବା କହିଛନ୍ତି ରାଷ୍ଟ୍ରପତି । ସେହିପରି ଦେଶରେ ଜିଏସଟି ଲାଗୁ ହେବା ଦ୍ବାରା ଗୋଟିଏ ରାଷ୍ଟ୍ର, ଗୋଟିଏ ବଜାର ବ୍ୟବସ୍ଥା ସ୍ଥାପିତ ହୋଇଛି । ଜିଏସଟି ପ୍ରଣାଳୀକୁ ଆହୁରି ପ୍ରଭାବୀ ଢଙ୍ଗରେ ନିର୍ମାଣ ଦ୍ବାରା ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ଶକ୍ତି ମିଳିଛିି। ଦେଶରେ ବେଟି ବଚାଓ ବେଟି ପଢାଓ ଯୋଜନାରେ ଝିଅ ମାନଙ୍କୁ ଶିକ୍ଷାର ପ୍ରୋତ୍ସାହନ ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+