ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ: ସବୁ ବର୍ଗଙ୍କ ପାଖରେ ପହଞ୍ଚିବ ବିକାଶ, ୩ କୋଟି ମହିଳା ହେବେ ଲକ୍ଷପତି ଦିଦି
President Droupadi Murmu Addresses Join Sitting Of Parliament: ସଂସଦ ଭବନରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମୁ ସଂସଦ ଭବନରେ ପହଞ୍ଚିବା ପରେ କହିଥିଲେ, ସେବାର ସୌଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଏହାସହ ସେ ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ଏହାପରେ ସଂସଦରେ ରାଷ୍ଟ୍ରପତି କହିଥିଲେ, ସମାଜର ସମସ୍ତ ବର୍ଗଙ୍କ ପାଖରେ ବିକାଶ ପହଞ୍ଚିବ, ସମସ୍ତଙ୍କ ବିକାଶ ଦ୍ୱାରା ହିଁ ଏକ ବିକଶିତ ଭାରତ ସମ୍ଭବ ହୋଇପାରିବ।
ଗରିବ, ଚାଷୀ, ମହିଳା, ଯୁବ ବର୍ଗଙ୍କ ବିକାଶ ପାଇଁ ଧ୍ୟାନ ଦିଆଯାଉଛି । ସେ ଆହୁରି କହିଛନ୍ତି, ସରକାରଙ୍କ ଯୋଜନାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିବ, ଜଣେ କେହି ବି ସରକରୀ ଲାଭରୁ ବଞ୍ଚିତ ହେବେ ନାହିଁ । ରାଷ୍ଟ୍ରପତି ଆହୁରି କହିଛନ୍ତି, ୧୦ ବର୍ଷରେ ୨୧ ସହରରେ ମେଟ୍ରୋ ପହଞ୍ଚିଛି ।

ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ କରିବ । ଗ୍ରାମାଞ୍ଚଳରେ ୩ ଲକ୍ଷ କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ସେହିପରି
୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ କରାଯାଉଛି । ସେହିପରି ବଜୁଳି ବଲ୍ ଜିରୋ କରିବା ପାଇଁ ମଧ୍ୟ ଯୋଜନା ରହିଛି ।












Click it and Unblock the Notifications