ସୁଦାନ ହିଂସା: ଭାରତୀୟଙ୍କୁ କରାଯିବ ସ୍ଥାନାନ୍ତର, ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ
ସୁଦାନ ହିଂସା: ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଲାଗିରହିଛି ଗୃହଯୁଦ୍ଧ । ହିଂସାରେ ଜଣେ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଯାହା ପେରେ ସୁଦାନରେ ରହୁଥିବା ଭାରତୀୟଙ୍କୁ ସୁରକ୍ଷା ପାଇଁ ଚିନ୍ତା ପ୍ରକାଶ କରିଥନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ଆଜି ଏକ ହାଇଲେଭଲ ବୈଠକ କରିଛନ୍ତି । ବୈଠକରେ ବିଦେଶ ମନ୍ତ୍ରୀ ଏଲ ଜୟଶଙ୍କର ମଧ୍ୟ ସାମିଲ ହୋଇଥିଲେ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବସିଥିବା ଏହି ବୈଠକରେ ନିର୍ଦ୍ଦେଶ ଜାରି କରାଯାଇଛି ଯେ, ଏହି ଘଟଣା ଉପରେ ନଜର ରଖିବା ସହ ସଜାଗ ରହିବା ପାଇଁ ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । ସୁଦାନରୁ ଆସିଥିବା ଭାରତୀୟଙ୍କ ପାଇଁ ଜରୁରୀକାଳୀନ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବାକୁ ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୁଦାନରେ ୩ହଜରରୁ ଅଧିକ ଭାରତୀୟଙ୍କ ସୁରକ୍ଷା ଉପରେ ଧ୍ୟାନ ଦେଇ ଉଚ୍ଚ ସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରସଙ୍ଗରେ ଗ୍ରାଉଣ୍ଡ ସ୍ଥିତି ସମ୍ପର୍କରେ ପ୍ରଥମ ରିପୋର୍ଟ ଦିଆଯାଇଛି । ଜଣେ ଭାରତୀୟଙ୍କ ସମେତ ୩୦୦ରୁ ଅଧିକ ଲୋକ ସୁଦାନର ରାଜଧାନୀ ଖାର୍ତୁମ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହିଂସାରେ ପ୍ରାଣ ହରାଇଛନ୍ତି ।
ଗୁରୁବାର ଦିନ ଭାରତ କହିଛି ଯେ, ସୁଦାନର ଅବସ୍ଥା ଅତ୍ୟନ୍ତ ଗମ୍ବିର ଏବଂ ଏହା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆମେରିକା, ବ୍ରିଟେନ୍, ସାଉଦି ଆରବ ଏବଂ ଇଜିପ୍ଟ ସମେତ ବିଭିନ୍ନ ଦେଶ ସହିତ ଆଲୋଚନା କରାଯାଉଛି ।












Click it and Unblock the Notifications