୭୮ ତମ ସ୍ୱାଧୀନତା ଦିବସ ପାଇଁ ଦିଲ୍ଲୀରେ ବଢାଗଲା ସୁରକ୍ଷା ବ୍ୟବସ୍ଥା: ୧୦ ହଜାର ପୋଲିସ ନିୟୋଜିତ, ନଜର ରଖିବ AI କ୍ୟାମେରା

Independence Day 2024: ଏଥର ଦେଶ ପାଳିବ ୭୮ ସ୍ୱାଧିନତା ଦିବସ । ଯେଉଁଥିପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଲାଲକିଲ୍ଲାରୁ ପତାକା ଉତ୍ତୋଳନ ସହ ଦେଶର ୭୮ତମ ସ୍ୱାଧୀନାତ ଦିବସ ପାଳନ ହେବ । ପତାକା ଉତ୍ତୋଳନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶକୁ ସମ୍ବୋଧିତ କରିବେ ।

ଏହାପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥି ସହିତ ସ୍ୱାଧୀନତା ଦିବସ ପାଳନକୁ ନେଇ ଦେଶର ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ଏବଂ ପ୍ରତ୍ୟେକ ପଦକ୍ଷେପରେ ନଜର ରଖାଯାଉଛି ।

Independence Day 2024

ତେବେ ଦିଲ୍ଲୀ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ୧୦ ହଜାର ପୋଲିସ କର୍ମଚାରୀ ଏବଂ ୩ ହଜାର ଟ୍ରାଫିକ୍ ପୋଲିସ ସୁରକ୍ଷାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେହିପରି ୭୦୦ରୁ ଅଧିକ ଆର୍ଟିଫିଆଲ ଇଣ୍ଟେଲେଜେନ୍ସ ଆଧାରିତ କ୍ୟାମେରା ମଧ୍ୟ ଲାଗିଛି । ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ କାର୍ଯ୍ୟ ଉପରେ ନଜର ରଖିବ । ସେହିପରି ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର, ରେଳ ଷ୍ଟେସନ, ବସ୍ ଷ୍ଟାଣ୍ତ ଏବଂ ଅନେକ ଜନ ବହୁଳ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ କରାଯିବ । ସେହିପରି ସ୍ୱାଧୀନତା ଦିବସ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+