Get Updates
Get notified of breaking news, exclusive insights, and must-see stories!

ମନ୍ଦିର ଯିବାକୁ ନେଇ ବଡ କଥା କହିଦେଲା ପ୍ରେମାନନ୍ଦ ମହାରାଜ, ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଉପବାସ ବାର ବ୍ରତ ପର୍ବପର୍ବାଣୀ ସମୟରେ ଶ୍ରଦ୍ଧାଳୁମାନେ ମନ୍ଦିରରେ ଭଗବାନଙ୍କୁ ଉପସାନ କରିଥାନ୍ତି । କିନ୍ତୁ କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ସବୁଦିନ ମନ୍ଦିର ଯିବାକୁ ପସନ୍ଦ କରନ୍ତି । ଏହା ଦ୍ୱାରା ଭଗବାନ ସେମାନଙ୍କ ମନୋସ୍କାମନା ପୂରା କରନ୍ତି ବୋଲି ଅନେକଙ୍କର ଧାରଣା ରହିଛି ।

ପ୍ରେମାନନ୍ଦ ଜୀ ମହାରାଜଙ୍କ ଖ୍ୟାତିଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ସୋସିଆଲ ମିଡିଆରେ ତାଙ୍କର ଉପସ୍ଥିତି ଏତେ ପ୍ରଭାବଶାଳୀ ଯେ ରିଲ୍‌ଗୁଡ଼ିକୁ ସ୍କ୍ରୋଲ୍ କରିବା ସମୟରେ, ତାଙ୍କର ଗୋଟିଏ ନା ଗୋଟିଏ ଭିଡିଓ ସାମ୍ନାକୁ ଆସିଥାଏ । କେବଳ ଦେଶରୁ ନୁହେଁ ବରଂ ବିଦେଶରୁ ମଧ୍ୟ ବହୁ ସଂଖ୍ୟକ ଭକ୍ତ ତାଙ୍କୁ ଦର୍ଶନ କରିବାକୁ ଆସନ୍ତି। ତାଙ୍କ ସତସଙ୍ଗ ସ୍ଥାନରେ ଭକ୍ତଙ୍କ ଭିଡ଼ ଜମିଥାଏ।

Premanand Maharaj

ପ୍ରାୟତଃ ଅନେକ ଶ୍ରଦ୍ଧାଳୁ ନିଜ ମନର ଦ୍ୱନ୍ଦ୍ୱକୁ ଜାଣିବା ପାଇଁ ସେମାନେ ପ୍ରେମାନନ୍ଦ ଜୀ ମହାରାଜଙ୍କ ଦ୍ୱାରରେ ପହଞ୍ଚିଯାଆନ୍ତି। ଅନେକ ଭିଡିଓରେ ଏହା ଦେଖାଯାଇଛି ଯେ ଅନୁସରଣକାରୀମାନେ ତାଙ୍କୁ ସାଂସାରିକ ଜୀବନ ସହ ଜଡିତ ସମସ୍ୟାର ସମାଧାନ ମାଗୁଛନ୍ତି। ପ୍ରେମାନନ୍ଦ ଜୀ ମହାରାଜ ତାଙ୍କ ଭକ୍ତମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଶାନ୍ତି ଓ ଧର୍ଯ୍ୟର ସହିତ ଦିଅନ୍ତି, ଯାହା ଲୋକଙ୍କୁ ସଠିକ୍ ଦିଗଦର୍ଶନ ଓ ଶକ୍ତି ପ୍ରଦାନ କରେ।

ବର୍ତ୍ତମାନେ ଗୋଟିଏ ଭିିଡିଓ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଭକ୍ତ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ପଚାରିଥିଲେ ଯେ ପ୍ରତିଦିନ ମନ୍ଦିର ଯିବା ଆବଶ୍ୟକ କି? ଏହି ପ୍ରଶ୍ନର ପ୍ରେମାନନ୍ଦ ଜୀ ମହାରାଜ ଦେଇଥିବା ଉତ୍ତରକୁ ଶୁଣନ୍ତୁ ।

ଭକ୍ତଙ୍କ ଏହି ପ୍ରଶ୍ନରେ ପ୍ରେମାନନ୍ଦ ଜୀ ମହାରାଜ କୁହନ୍ତି ଯେ ଯେତେବେଳେ ଆପଣଙ୍କ ମନ ପବିତ୍ର ଥାଏ, ମନରେ କୌଣସି ପ୍ରକାରର ପାପ ନଥାଏ, ସେତେବେଳେ ଆପଣ ପ୍ରତିଦିନ ମନ୍ଦିର ଯିବାର ଆବଶ୍ୟକତା ଅନୁଭବ କର ନାହିଁ। ଏହା ବ୍ୟତୀତ, ଯଦି ଆପଣ ମନ୍ଦିର ଯାଉଛନ୍ତି ଓ ଘରକୁ ଫେରିବା ପରେ ପୁଣି ଠକେଇରେ ଲିପ୍ତ ହୁଅନ୍ତି, ତେବେ ଆପଣଙ୍କର ମନ୍ଦିର ଦର୍ଶନ ନିରର୍ଥକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+