Get Updates
Get notified of breaking news, exclusive insights, and must-see stories!

ଆସନ୍ତାକାଲି ଶପଥ ନେବେ ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ

ନୂଆଦିଲ୍ଲୀ: ଆଜିଠୁ ମୋଦୀଙ୍କ ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ସମାରୋହରେ ସାମିଲ ହେବାକୁ ପାକିସ୍ତାନ, ଚୀନକୁ ଚାଡି ପଡୋସୀ ଦେଶଗୁଡିକୁ ନିମନ୍ତ୍ରଣ କଯାଯାଇଛି ।

ଅନ୍ୟପଟେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ )ନେତା ପ୍ରେମ ସିଂହ ତମାଙ୍ଗ ଆସନ୍ତାକାଲି ତଥା ଜୁନ୍ ୧୦ ତାରିଖରେ ସିକ୍କିମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଶନିବାର ଏଠାରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ତମାଙ୍ଗ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ସିକ୍କିମ ବିଧାନସଭାର ୩୨ ଆସନ ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା ।

Prem Singh Tamang

ତମାଙ୍ଗଙ୍କ ନେତୃତ୍ୱାଧୀନ ଏସ୍‌କେଏମ ୩୧ଟି ଆସନରେ ବିଜୟୀ ହୋଇଥିବାବେଳେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏସ୍‌କେଏମ ରାଜ୍ୟର ଏକମାତ୍ର ଆସନ ହାତେଇଛି । କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ସମର୍ଥନ ଜଣାଇବାକୁ ଏସ୍‌କେଏମ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ତମାଙ୍ଗ ଶନିବାର ଦିଲ୍ଲୀ ଯାତ୍ରା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+