ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂହ ତମାଙ୍ଗ
ଗ୍ୟାଙ୍ଗଟକ୍ : ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ବିଧାୟକ ଦଳ ନେତା ପ୍ରେମ ସିଂହ ତମାଙ୍ଗ ସୋମବାର ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଗାଙ୍ଗଟକର ପାଲଜୋର ଷ୍ଟାଡିୟମରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟ ତମାଙ୍ଗ ଓ ତାଙ୍କ କ୍ୟାବିନେଟକୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଶନିବାର ଏଠାରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ତମାଙ୍ଗ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ସିକ୍କିମ ବିଧାନସଭାର ୩୨ ଆସନ ପାଇଁ ଏପ୍ରିଲ ୧୯ରେ ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯାଇଥିଲା ।

ତମାଙ୍ଗଙ୍କ ନେତୃତ୍ୱାଧୀନ ଏସ୍କେଏମ ୩୧ଟି ଆସନରେ ବିଜୟୀ ହୋଇଥିବାବେଳେ ସେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ଏସ୍କେଏମ ରାଜ୍ୟର ଏକମାତ୍ର ଆସନ ହାତେଇଛି । କେନ୍ଦ୍ରରେ କ୍ଷମତାସୀନ ମୋଦୀ ସରକାରଙ୍କୁ ସମର୍ଥନ ଜଣାଇବାକୁ ଏସ୍କେଏମ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।












Click it and Unblock the Notifications