ପ୍ରେମ କୁମାର ହେଲେ ବିହାର ବିଧାନସଭାର ନୂଆ ବାଚସ୍ପତି; ନୀତିଶ କୁମାର ଜଣାଇଲେ ଶୁଭେଚ୍ଛା
ବିହାର ବିଧାନସଭାର ୧୮ତମ ବାଚସ୍ପତି ଭାବରେ ବରିଷ୍ଠ ବିଜେପି ନେତା ଡକ୍ଟର ପ୍ରେମ କୁମାର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ବିରୋଧୀ ବିଧାୟକଙ୍କ ସମର୍ଥନ ମଧ୍ୟ ମିଳିଛି। ପ୍ରେମ କୁମାର ସୋମବାର ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ। ସେ ଏହି ପଦ ପାଇଁ ଏକମାତ୍ର ପ୍ରାର୍ଥୀ ଥିଲେ, ତେଣୁ ତାଙ୍କର ନିର୍ଦ୍ୱନ୍ଦ୍ୱରେ ନିର୍ବାଚନ ନିଶ୍ଚିତ ବୋଲି ବିବେଚନା କରାଯାଇଥିଲା। ବିଜୟ କୁମାର ସିହ୍ନା ଏବଂ ନନ୍ଦ କିଶୋର ଯାଦବଙ୍କ ପରେ, ପ୍ରେମ କୁମାର ବିଜେପି କୋଟାରୁ ବାଚସ୍ପତି ହେବାରେ ତୃତୀୟ ନେତା। ତାଙ୍କ ପୂର୍ବରୁ ଜେଡିୟୁର ଦୁଇ ବାଚସ୍ପତି, ଉଦୟ ନାରାୟଣ ଚୌଧୁରୀ ଏବଂ ବିଜୟ କୁମାର ଚୌଧୁରୀ କାର୍ଯ୍ୟ କରିଛନ୍ତି।

ପ୍ରେମ କୁମାରଙ୍କୁ ବାଚସ୍ପତି ଭାବରେ ନିର୍ବାଚିତ ହେବା ପାଇଁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, "ସମଗ୍ର ଗୃହ ପକ୍ଷରୁ ମୁଁ ପ୍ରେମ କୁମାରଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କର ବିପୁଳ ଅଭିଜ୍ଞତା ଅଛି ଏବଂ ସେ ଗୃହର କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିବେ। ମୁଁ ଅନୁରୋଧ କରୁଛି ଯେ ସମଗ୍ର ଗୃହ ତାଙ୍କ ପ୍ରତି ଠିଆ ହୋଇ ସମ୍ମାନ ପ୍ରଦାନ କରନ୍ତୁ।"












Click it and Unblock the Notifications