କଂଗ୍ରେସ ଉପରେ ରାଗିଲେ ଅଭିନେତ୍ରୀ ପ୍ରିତୀ ଜିଣ୍ଟା, ଦଳ ଉପରେ ଏଭଳି କିଛି ପ୍ରତିକ୍ରିୟା ଦେଇ କହିଲେ .....

ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରୀତି ଜିଣ୍ଟାଙ୍କ ୧୮ କୋଟି ଟଙ୍କାର ଋଣ ଛାଡ କରାଯାଇଛି ଏବଂ ସେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଭାରତୀୟ ଜନତା ପାର୍ଟିକୁ ହସ୍ତାନ୍ତର କରିଛନ୍ତ। ହେଲେ ପ୍ରୀତି ଜିଣ୍ଟା କଂଗ୍ରେସର ଏହି ଦାବିଗୁଡ଼ିକୁ ମିଥ୍ୟା ବୋଲି କହିଛନ୍ତି ଏବଂ ତାଙ୍କ ଋଣର ସ୍ଥିତି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏବେ ପୁଣି ଥରେ କେରଳ କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ଦେଇଛି।

ଅଭିନେତ୍ରୀ ପ୍ରିତୀ ଜିଣ୍ଟା ମଙ୍ଗଳବାର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ‌ସେ ୧୦ବର୍ଷ ପୂର୍ବରୁ ନେଇଥିବା ଲୋନ୍ ବିଷୟରେ ସୁନିଶ୍ଚିତ କରି କଂଗ୍ରେସ ପାର୍ଟି ଉପରେ ବର୍ଷିଛନ୍ତି ଏବଂ ଫେକ୍ ନ୍ୟୁଜକୁ ପ୍ରଚାର କରିବା ଉପରେ ଅଭିଯୋଗ ଲଗାଇଥିବା ନଜର ଆସିଛନ୍ତି । ସେ ଦଳକୁ କହିଛନ୍ତି କି ଏହି କାର୍ଯ୍ୟ ଲାଗି ଲଜ୍ଜ୍ୟା ଆସିବା ଆବଶ୍ୟକ ।

ଏକ୍ସ ହ୍ୟାଣ୍ଡେଲ୍ କେରଳ କଂଗ୍ରେସ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ଲେଖା ଥିଲା କି , ପ୍ରିତୀ ଜିଣ୍ଟା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ବିଜେପିକୁ ଦେଇଛନ୍ତି ଏବଂ ୧୮କୋଟି ଟଙ୍କା ଛାଡ଼ କରିଛନ୍ତି । ଗତ ସପ୍ତାହରେ ବ୍ୟାଙ୍କକୁ କ୍ଷତି ହୋଇଛି ଏବଂ ଏବେ ଜମାକାରୀ ନିଜ ଟଙ୍କା ଲାଗି ରାସ୍ତା ଉପରକୁ ଆସିଯାଇଛନ୍ତି ।'

Preity Zinta

କେରଳ କଂଗ୍ରେସର ପୋଷ୍ଟକୁ ରି- ପୋଷ୍ଟ କରିବାକୁ ଯାଇ ପ୍ରିତୀ ଜିଣ୍ଟା କଂଗ୍ରେସକୁ ଭରପୁର ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି କି, ନାହିଁ ମୁଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ନିଜେ ହିଁ ଚଳାଉଛି ଏବଂ ଆପଣଙ୍କ ଫେକ୍ ନ୍ୟୁଜକୁ ଆହୁରି ଉତ୍ସାହିତ କରିବା ଲାଗି ଲଜ୍ଜ୍ୟା ଲାଗିବା ଦରକାର । କେହି ମୋ ଲାଗି କିଛି ବି ଲେଖିନାହାନ୍ତି କିମ୍ବା କୌଣସି ଲୋନ୍ ନେଇନାହାନ୍ତି।

' ଅଭିନେତ୍ରୀ ନା କୌଣସି ପାର୍ଟି ଦ୍ବାରା ଫେକ୍ ନ୍ୟୁଜକୁ ପ୍ରଚାର କରିବା ଲାଗି ଚିନ୍ତିତ ଦର୍ଶାଇଛନ୍ତି। ସେ ଆଗକୁ ଲେଖିଛନ୍ତି କି, ମୁଁ ଚିନ୍ତିତ ଅଛି କି କୌଣସି ରାଜନୈତିକ ପାର୍ଟି କିମ୍ବା ତାଙ୍କ ପ୍ରତିନିଧି ମୋ ନାଁ ଏବଂ ଫଟୋର ବ୍ୟବହାର କରି ଫେକ୍ ନ୍ୟୁଜକୁ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+