୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ରେ ସୃଷ୍ଟି ହେବ ଘୂର୍ଣ୍ଣିବଳ
Odisha Weather Update: ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଘୂର୍ଣ୍ଣିବଳ । ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିତ ପାଣିପାଗ କେନ୍ଦ୍ରର ପକ୍ଷରୁ ସୂଚନା ଜାରି କରାଯାଇଛି ।
ସୂଚନା ଅନୁସାରେ, ୩ ତାରିଖରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ ଅର୍ଥାତ୍ ବର୍ଷାର ପରିମାଣ ବଢିବ । ୩ ଏବଂ ୪ ତାରିଖରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ସେହିପରି ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢେଙ୍ଗାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, କଳାହାଣ୍ତି, ବଲାଙ୍ଗିର ଏବଂ ନୂଆପଡ଼଼ା ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡ଼ଘଡି ହେବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ତି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଆସନ୍ତାକାଲି ମଧ୍ୟ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୩ରେ #ଘୂର୍ଣ୍ଣିବଳୟ ପରବର୍ତ୍ତୀ #୪୮ଘଣ୍ଟାରେ #ଲଘୁଚାପ ସମ୍ଭାବନା !!#୩ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ରେ ଏକ #ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ପ୍ରଭାବରେ ପରବର୍ତୀ #୪୮ଘଣ୍ଟା ରେ ଏକ #ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି
— Meteorological Centre, Bhubaneswar (@mcbbsr) September 1, 2023
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ୩ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼. କଳାହାଣ୍ତି, ରାୟଗଡ଼ା ଆଜି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି କଟର ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ଲାଗି ହେବାର ସମ୍ଭାବନା ରହିଛି । ତେଣୁ ୩ ତାରିଖ ପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।












Click it and Unblock the Notifications