ପରାଷ୍ଟ୍ରପତିଙ୍କ ବଡ ଟିପ୍ପଣୀ: ସମ୍ବିଧାନର ପ୍ରସ୍ତାବନା ପରିବର୍ତ୍ତନଶୀଳ ନୁହେଁ
ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଶନିବାର ସମ୍ବିଧାନର ପ୍ରସ୍ତାବନା ଉପରେ ବଡ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ସମ୍ବିଧାନର ପ୍ରସ୍ତାବନା ପରିବର୍ତ୍ତନଶୀଳ ନୁହେଁ । ଦୁନିଆର କୌଣସି ବି ଅନ୍ୟ ଦେଶର ସମ୍ବିଧାନ ପ୍ରସ୍ତାବନାରେ ଏମିତି କୌଣସି ପରିବର୍ତ୍ତନ ଘଟିନାହିଁ । ମାତ୍ର ଭାରତରେ ଏମିତି ଥରୁଟିଏ ହୋଇଛି ।
ଏହି ପ୍ରସ୍ତାବନା ୧୯୭୬ର ୪୨ତମ ସଂଶୋଧନ ଅଧିନିୟମ ଜରିଆରେ ପରିବର୍ତ୍ତନ କରାଯାଇଥିଲା । ସଂଶୋଧନ ମାଧ୍ୟମରେ ଏଥିରେ ସମାଜବାଦୀ, ଧର୍ମନିରପେକ୍ଷ ଏବଂ ଅଖଣ୍ଡତା ଶବ୍ଦ ଯୋଡା ଯାଇଥିଲା । ଧନଖଡ କହିଛନ୍ତି ଏହା ଉପରେ ଆମକୁ ବିଚାର କରିବା ଉଚିତ୍ । ବିଆର ଆମ୍ବେଦକର ସମ୍ବିଧାନ ଉପରେ ବହୁ ପରିଶ୍ରମ କରିଥିଲେ ଏବଂ ନିଶ୍ଚିତ ରୂପେ ସେ ଏହା ଉପରେ ଧ୍ୟାନ ଦେଇଥିବେ ।
ଧନଖଡ ଏହି ଟିପ୍ପଣୀ ଏକ ପୁସ୍ତକ ବିମୋଚନ ସମାରୋହରେ ଦେଇଛନ୍ତି । ତାଙ୍କର ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ଆରଏସଏସ ଗୁରୁବାର ସମ୍ବିଧାନର ପ୍ରସ୍ତାବନାରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦର ସମୀକ୍ଷା କରିବା ପାଇଁ ଆହ୍ୱାନ କରିଥିଲେ । ଆରଏସଏସ କହିଥିଲା ଏହି ଶବ୍ଦକୁ ଜରୁରୀକାଳୀନ ସମୟରେ ସାମିଲ କରାଯାଇଥିଲା । ଏହା କଦାପି ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବିଧାନ ନୁହେଁ ।

କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଆରଏସଏସର ସାଧାରଣ ସଂପାଦକ ଦତ୍ତାତ୍ରେୟ ହୋସବାଲେଙ୍କ ଏହି ଆହ୍ୱାନକୁ ସମାଲୋଚନା କରିଥିଲେ । ଏହି ପ୍ରସଙ୍ଗରେ ରାଷ୍ଟ୍ରୀୟ ସ୍ତରରେ ବିତର୍କ ହେବା ଉଚିତ୍ ଯେ, ଧର୍ମନିରପେକ୍ଷ ଓ ସମାଜବାଦୀ ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ରହିବା ଉଚିତ୍ ନା ନାହିଁ । ହୋସବଲେଙ୍କ ଏହି ଟିପ୍ପଣୀକୁ ବିରୋଧୀ ଧଳ ସମ୍ବିଧାନର ଆତ୍ମା ଉପରେ ଜାଣିଶୁଣି ହମଲା କରାଯାଉଥିବା କହିଛନ୍ତି । ହୋସବଲେଙ୍କ ବୟାନରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications