ପ୍ରୟାଗରାଜ ହିଂସା ମାମଲା: ମାଷ୍ଟରମାଇଣ୍ଡ ଜାବେଦ ଘରେ ଚାଲିଲା ବୁଲଡୋଜର
ଶୁକ୍ରବାର ନମାଜ ପରେ ପ୍ରୟାଗରାଜରେ ହୋଇଥିଲା ହିଂସା । ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ହିଂସାର ମାଷ୍ଟରମାଇଣ୍ଡ ଜାବେଦ ମହମ୍ମଦଙ୍କ ଘରେ ଚାଲିଲା ବୁଲଡୋଜର । ଜାବେଦଙ୍କ ଦୁଇ ମହଲା ଘର ବାହାରେ ନୋଟିସ ଲଗାଇଛି ପ୍ରୟାଗରାଜ ବିକାଶ ପ୍ରାଧ
ଲକ୍ଷ୍ନୌ: ଶୁକ୍ରବାର ନମାଜ ପରେ ପ୍ରୟାଗରାଜରେ ହୋଇଥିଲା ହିଂସା । ଏହି ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ହିଂସାର ମାଷ୍ଟରମାଇଣ୍ଡ ଜାବେଦ ମହମ୍ମଦଙ୍କ ଘରେ ଚାଲିଲା ବୁଲଡୋଜର । ଜାବେଦଙ୍କ ଦୁଇ ମହଲା ଘର ବାହାରେ ନୋଟିସ ଲଗାଇଛି ପ୍ରୟାଗରାଜ ବିକାଶ ପ୍ରାଧିକରଣ । ନୋଟିସରେ ରବିବାର ଦିନ 11ଟା ସୁଦ୍ଧା ତାଙ୍କ ପରିବାରକୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ହିଂସା ମାମଲାରେ ପୋଲିସ ଯାବେଦ ପମ୍ପଙ୍କୁ ଗିରଫ କରିବା ସହ ତାଙ୍କୁ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାବେ ଘୋଷଣା କରିଛି । ଯଦ୍ବାରା ତାକୁ ଗିରଫ କରିବା ପରେ ଏବେ ପ୍ରୟାଗରାଜରେ ପିଡିଏ ଏବେ ଆକ୍ସନ ମୋଡ଼କୁ ଆସିଯାଇଛି ।
#WATCH | Heavy security force deployed in front of the residence of Prayagraj violence accused Javed Ahmed.
Prayagraj Development Authority (PDA) had earlier put a demolition notice at his residence, asking him to vacate the house by 11am today as it is "illegally constructed". pic.twitter.com/sk0KCEVVdm
— ANI UP/Uttarakhand (@ANINewsUP) June 12, 2022
ପ୍ରଥମେ ମୁଖ୍ୟ ଫାଟକ ତଥା ପାଚେରୀକୁ ଭାଙ୍ଗି ଧୂଳିସାତ କରିଦେଇଛି ବୁଲଡୋଜର । ଏବେ ପୋଲିସ ପ୍ରଶାସନ ତାଙ୍କ ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛନ୍ତି । ଘଟଣାସ୍ଥଳରେ ଭିଡ ନକରିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି ।












Click it and Unblock the Notifications