Maha Kumbh 2025:ଆସନ୍ତାକାଲି ବସନ୍ତ ପଞ୍ଚମୀରେ ତୃତୀୟ ଅମୃତ ସ୍ନାନ, ୪୦୦ରୁ ଅଧିକ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
ବସନ୍ତ ପଞ୍ଚମୀରେ ତୃତୀୟ ଅମୃତ ସ୍ନାନ ଅବସରରେ ପ୍ରୟାଗରାଜର ବିଭିନ୍ନ ରେଳ ଷ୍ଟେସନରୁ ରେଳ ବିଭାଗ ପକ୍ଷରୁ ୪୦୦ରୁ ଅଧିକ ମହାକୁମ୍ଭ ମେଳା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହା ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କ ପାଇଁ ନିରବଚ୍ଛିନ୍ନ ଯାତ୍ରା ପ୍ରଦାନ କରିବ । ତୃତୀୟ ଅମୃତ ସ୍ନାନ ଆସନ୍ତାକାଲି ଅନୁଷ୍ଠିତ ହେବ । ବସନ୍ତ ପଞ୍ଚମୀ ଅବସରରେ ତୃତୀୟ ଅମୃତ ସ୍ନାନ ସୋମବାର ସକାଳ ୫ଟାରୁ ଆରମ୍ଭ ହେବାକୁ ଯାଉଛି ।

ଏଣୁ ପୁଣି ଏକ ଅଘଟଣ ପୂର୍ବରୁ ପ୍ରଶାସନ ପକ୍ଷରୁ ସବୁ ଦିଗକୁ ଦୃଷ୍ଟି ଦିଆଯାଉଥିବା କୁହାଯାଉଛି । ତେବେ ସକାଳ ୪ଟାରେ ପ୍ରଥମେ ପଞ୍ଚାୟତି ଆଖଡ଼ା ମହାନିର୍ବାଣି ଅମୃତ ସ୍ନାନ ପାଇଁ ସଙ୍ଗମସ୍ଥଳରେ ପହଞ୍ଚିବେ । ଏହାପରେ ଅନ୍ୟ ଆଖଡ଼ାମାନେ ଆସିବେ ବୋଲି ସୂଚନା ମିଳିଛି । ୧୨ଟି ଆଖଡ଼ା ପକ୍ଷରୁ ଅମୃତ ସ୍ନାନ କରାଯିବ । ଭିଆଇପିଙ୍କ ପାସ ବାତିଲ କରାଯାଇଛି । ସେପଟେ ଆସନ୍ତା ୫ ତାରିଖରେ ସଙ୍ଗମସ୍ଥଳକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।












Click it and Unblock the Notifications