ମହାକୁମ୍ଭରେ ପ୍ରବଳ ଭିଡ଼: ବନ୍ଦ ହେଲା ସଙ୍ଗମ ଷ୍ଟେସନ
Maha Kumbha: ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଭିଡ଼ ପାଇଁ ବନ୍ଦ ହେଲା ସଙ୍ଗମ ଷ୍ଟେସନ । ଗତକାଲିଠୁ ଉତ୍ତରପ୍ରଦେଶ ସରକାର ଷ୍ଟେସନ ବନ୍ଦ କରିବାର ନିଷ୍ପତ୍ତି ନେଇଛନ୍ତି । ବଢୁଥିବା ଭିଡ଼ ଓ ସୁରକ୍ଷାକୁ ଦୃଷ୍ଟିରେ ରହିଛି ଷ୍ଟେସନ ବନ୍ଦ କରାଯିବାକୁ ପଦକ୍ଷେପ ନିଆଯାଇଛି । ମାଘ ପୂର୍ଣ୍ଣିମାରେ ବୁଡ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ।

ରେଳବାଇ ଲକ୍ଷ୍ନୌ ଡିଭିଜନ ଅଧୀନରେ ଆସୁଥିବା ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନ ୯ ଫେବୃଆରୀ ଦିନ ୧:୩୦ ରୁ ୧୪ ଫେବୃଆରୀ ଦିନ ୧୨:୦୦ ପର୍ଯ୍ୟନ୍ତ ଯାତ୍ରୀ ପରିବହନ ପାଇଁ ବନ୍ଦ ରହିବ। ଏ ସମ୍ପର୍କରେ ସୂଚନା ଦେଇ ଉତ୍ତର ରେଳବାଇର ବରିଷ୍ଠ ବାଣିଜ୍ୟିକ ପ୍ରବନ୍ଧକ କୁଲଦୀପ ତିୱାରୀ କହିଛନ୍ତି ଯେ ପ୍ରୟାଗରାଜ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଏହି ଅସ୍ଥାୟୀ ବନ୍ଦକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ସେମାନଙ୍କର ଯାତ୍ରା ଯୋଜନା କରିବାକୁ ଏବଂ ବିକଳ୍ପ ଷ୍ଟେସନ କିମ୍ବା ରୁଟ୍ ବାଛିବାକୁ ପରାମର୍ଶ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ପ୍ରଶାସନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି ।
ରେଳ ପ୍ରଶାସନ ଯାତ୍ରୀମାନଙ୍କୁ ସହଯୋଗ ପାଇଁ ନିବେଦନ କରିଛି ଏବଂ କହିଛି ଯେ କୌଣସି ଅସୁବିଧାକୁ ଏଡାଇବା ପାଇଁ, ସେମାନେ ସମୟ ସମୟରେ ରେଳବାଇର ସରକାରୀ ସୂଚନା ଉପରେ ନଜର ରଖନ୍ତୁ ।












Click it and Unblock the Notifications