ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ
ପ୍ରୟାଗରାଜ : ଆଜି ଅର୍ଥାତ୍ ସୋମବାର ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ପାଞ୍ଚ ଜଣଙ୍କର ଜୀବନ ଚାଲିଯାଇଛି । ସୁଚନାନୁସାରେ ଜୈନପୁରରେ ରହୁଥିବା ଏକ ପରିବାର ବାହାଘର ସାରି ବାଇକ୍ ଯୋଗେ ପ୍ରୟାଗରାଜର ସରାୟମରେଜ୍ କୁ ଫେରୁଥିଲେ ।

ବାଇକ୍ରେ ପରିବାରର ସମସ୍ତ ୫ ଜଣ ସଦସ୍ୟ ଥିଲେ । ମଝି ରାସ୍ତାରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ମା, ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ୍ ସେଠାରେ ପହଞ୍ଚିବା ସହିତ ମୃତଦେହଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହ ଡ୍ରାଇଭରକୁ ପୋଲିସ୍ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି ।












Click it and Unblock the Notifications