ପ୍ରୟାଗରାଜରେ ମହାକୁମ୍ଭରେ ପୁଣି ଅଘଟଣ, ଓଲଟିଲା ଡଙ୍ଗା, ୨ ନିଖୋଜ
ଆଜି ମାଘପୂର୍ଣ୍ଣିମାରେ ତ୍ରିବେଶୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଁଚୁଛନ୍ତି ଆସ୍ଥାର ବୁଡ ପକାଇବାକୁ। ମାଘ ପୂର୍ଣ୍ଣିମା ଅବସରରେ ପ୍ରୟାଗରାଜରେ ପ୍ରବଳ ଭିଡ଼। ପ୍ରୟାଗରାଜ ତ୍ରିବେଣୀ ସଙ୍ଗମ ପାଲଟିଛି ଜନସମୁଦ୍ର। ଆଉ ଏଭଳି ସମୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସଂଗମ ସ୍ଥଳରେ ଓଲଟିଛି ଯାତ୍ରୀବାହୀ ବୋଟ୍ । ତ୍ରିବେଣୀ ଘାଟରେ ଡଙ୍ଗାରୁ ଓହ୍ଲାଇଲା ବେଳେ ଓଲଟି ପଡିଲେ ସମସ୍ତେ । ବୋଟ୍ ଦୁର୍ଘଟଣାରେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣ ଏବେବି ନିଖୋଜ ଥିବା ସୂଚନା ମିଳିଛି ।

ଗୋଟେ ଛୋଟ ଡଙ୍ଗାରେ ୯ ଜଣ ଶ୍ରଦ୍ଧାଳୁ ବସି ସଙ୍ଗମ୍ ଘାଟକୁ ଯାଇଥିଲେ । ପାଣି ଉପରେ ସମସ୍ତେ ମଜା ନେଇ ସଙ୍ଗମରେ ବୁଡ ପକାଇବାକୁ ଯାଉଥିଲେ, ସମସ୍ତେ ଲାଇଫ୍ ଜାକେଟ୍ ବି ପିନ୍ଧିଥିଲେ । ହେଲେ ସଙ୍ଗମ୍ ଘାଟ ପାଖାପାଖି ବୋଟ୍ ଯେତେବେଳେ ପହଞ୍ଚିଥିଲା ସମସ୍ତେ ଲାଇଫ ଜାକେଟ୍ ଖୋଲି ଦେଇ ଛିଡା ହୋଇ ଓହ୍ଲାଇବାକୁ ଅପେକ୍ଷା କରିଥିଲେ ଆଉ ସେହି ସମୟରେ ଏକା ସାଙ୍ଗରେ ସମସ୍ତେ ଉଠିପଡିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକପାଖିଆ ଓଲଟିପଡିଥିଲା । ତା ସହ ଗତକାଲି ସଂଗମରେ ପାଣିର ସ୍ରୋତ ଟିକେ ଅଧିକ ଥିଲା ତେଣୁ ଏପରି ହେଲା ।












Click it and Unblock the Notifications