ବର୍ଷା ବିତ୍ପାତ: ୭୦ ହଜାର ଲୋକ ବାସହୀନ
କ ଜାତୀୟ ଗଣମାଧ୍ଯମରେ ପ୍ରକାଶିତ ଖବରରେ କୁହାଯାଇଛି ପ୍ରୟାଗରାଜରେ ବନ୍ୟା ତାଣ୍ଡବ ଏତେ ଭୟଙ୍କର ରୂପ ଧାରଣ କରିଛି ଯେ ପ୍ରାୟ ୭୦ ହଜାର ଲୋକ ବାସହୀନ ହୋଇଛନ୍ତି । ୨ ହଜାରରୁ ଅଧିକ ଘର ଭାଙ୍ଗିଛି, କ୍ଷତିଗ୍ରସ୍ତ ହୋଇଛି ଏବଂ ପ୍ରାୟ ୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । କେଉଁଠି ଜଳବନ୍ଦୀ ଅଛନ୍ତି ତ କେଉଁଠି ଖାଦ୍ୟ-ପାନୀୟ ପାଇବାକୁ ବଞ୍ଚିତ ହୋଇଛନ୍ତି । ଘରଦ୍ବାର ସବୁ ପାଣିରେ ବୁଡ଼ିଯିବା ପରେ ଏବେ ତ୍ରାହି ତ୍ରାହି ଡାକୁଛନ୍ତି ।
ଖାଲି ଜୀବନ ପ୍ରଭାବିତ ହୋଇଛି ତାହା ନୁହେଁ ଚାଷୀଙ୍କ ଚାଷ ବି ପ୍ରଭାବିତ ହୋଇଛି । ରାଜ୍ୟ କୃଷି ବିଭାଗର ଏକ ରିପୋର୍ଟ ଅନୁସାରେ ବନ୍ୟାରେ ପ୍ରାୟ ୨ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ । ଧାନ ଏବଂ ପରିବା ଚାଷ ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି । ୨୯୦ ଗାଁ ଏବଂ ୬୦ରୁ ଅଧିକ ସହରର ଲୋକେ ବନ୍ୟାରେ ପ୍ରଭାବିତ ।

ବନ୍ୟାଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଉଛି । ଉଦ୍ଧାର କାମରେ ୩୩୦ଟି ବୋଟ୍, ୨୯ଟି ମୋଟର ବୋଟ୍ ନିୟୋଜିତ ଅଛନ୍ତି । ୬୮ଟି ଗାଁ ଏବେବି ବାହ୍ୟ ଜଗତରୁ ବିଚ୍ଛିନ୍ନ । ଉଦ୍ଧାରକାରୀ ଦଳ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ୨୦୦ ରାସ୍ତା ବନ୍ୟା ପାଇଁ କ୍ଷତିଗ୍ରସ୍ତ ହୋଇଛି । ବ୍ରିଜ୍ ଭାଙ୍ଗି ପଡିଛି । ଗଙ୍ଗା-ଯମୁନା ନଦୀର ଜଳ ପୂରା ପ୍ରୟାଗରାଜର ଭୂଗୋଳକୁ ବଦାଇ ଦେଇଛି ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications