ମହାଶିବରାତ୍ରୀ ପୂର୍ବରୁ ପ୍ରୟାଗରାଜ ଯିବା ପାଇଁ ଆକାଶଛୁଆଁ ବିମାନ ଟିକେଟ୍
ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୬୦ କୋଟି ପାର ହୋଇଗଲାଣି । ଆଜି ଅପରାହ୍ନ ୧୨ଟା ସୁଦ୍ଧା ୭୧ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ମହାକୁମ୍ଭର ଶେଷ ଶାହୀ ସ୍ନାନ ମହାଶିବରାତ୍ରିରେ ରହିଛି । ମହାକୁମ୍ଭରେ ଲଗାତାର ଶ୍ରଦ୍ଧାଳୁଙ୍କ ଭିଡ଼କୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛନ୍ତି ।

ଶିବରାତ୍ରୀ ସ୍ନାନ ପାଇଁ ଅଧିକ ଫୋର୍ସ ନିୟୋଜିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ପ୍ରୟାଗରାଜକୁ ବିମାନ ଟିକେଟ ଦାମ୍ ମଧ୍ୟ ଅହେତୁକ ବଢିଛି ।ଯାହା ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ବଡ ଚିନ୍ତାର କାରଣ ପାଲଟିଛି ।
ବିମାନରେ ଦିଲ୍ଲୀରୁ ପ୍ରୟାଗରାଜ ମାତ୍ର ୩ ହଜାର ଟଙ୍କା ପଡୁଥିବା ବେଳେ ଏବେ ସେହି ଦର ୩୮ରୁ ୪୨ ହଜାର ଟଙ୍କା ଦେଖାଉଛି । ଆଉ ୪ ଦିନ ପରେ ସରିଯିବ ମହାକୁମ୍ଭ । ତେଣୁ ଏହି ୪ ଦିନ ପାଇଁ ଟିକେଟ ଦର ଆକାଶଛୁଆଁ ରହିଥିବା ବେଳେ ୨୬ ଫେବୃୟାରୀ ପରେ ବିମାନ ଟିକେଟ୍ ମୂଲ୍ୟ ମାତ୍ର ୩ ହଜାର ଟଙ୍କା ଦେଖାଉଛି ।












Click it and Unblock the Notifications