ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ,ଡିକେ ଶିବକୁମାରଙ୍କ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମାମଲାର ନୂଆ ମୋଡ଼ । ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଆସିଛି ନୂଆ ମୋଡ଼ । ବିଜେପି ନେତା ଦେବରାଜେ ଗୌଡ଼ା ଆଣିଛନ୍ତି ସାଂଘାତିକ ଅଭିଯୋଗ । ଏହି ସେକ୍ସ ଟେପ୍‌ ମାମଲାରେ କୁମାରସ୍ୱାମୀଙ୍କୁ ଫସାଇବା ନିମନ୍ତେ କର୍ଣ୍ଣାଟକାର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ତାଙ୍କୁ ଶହେ କୋଟିର ଲାଞ୍ଚ ଯାଚିଥିବା ଅଭିଯୋଗ କରିଛନ୍ତି।

Prajwal Revanna

ଦେବରାଜେ ଗୌଡ଼ା ଏକ ଯୌନ ଉତ୍ପୀଡ଼ନ ମାମଲାରେ ଏକ ଜେଲ୍‌ ହାଜତରେ ଅଛନ୍ତି। କୋର୍ଟରେ ହାଜର ହୋଇ ପୁଲିସ୍‌ ଭ୍ୟାନ୍‌କୁ ପଶିବା ସମୟରେ ସେ ଗଣ ମାଧ୍ୟମ ସମ୍ମୁଖରେ ଏହି ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି, ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ନିମନ୍ତେ କୁମାରସ୍ୱାମୀଙ୍କୁ ଅଭିଯୁକ୍ତ ଦର୍ଶାଇବା ନିମନ୍ତେ ମୋତେ ଶିବ କୁମାର ଫୋନ୍‌ କରିଥିଲେ। ଏହା ବଦଳରେ ସେ ମୋତେ ଶହେ କୋଟିର ଅଫର ଦେଇଥିଲେ। ଶିବକୁମାର ହିଁ ଚାଲ ଖେଳି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ପୂର୍ବ ଡ୍ରାଇଭର କାର୍ତ୍ତିକ ଗୌଡ଼ାଙ୍କ ଠାରୁ ଉକ୍ତ ପେନ୍‌ ଡ୍ରାଇଭ ହାତେଇଥିଲେ। ଗତ ୨୬ ତାରିଖରେ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହି ପେନ୍‌ ଡ୍ରାଇଭରେ ଥିବା ଭିଡିଓ କ୍ଲିପ୍‌ ସାମନାକୁ ଆସିଥିଲା।

ଏହି ଭିଡିଓ ଭାଇରାଲ ପଛରେ ଆହୁରି ୪ ଆଗ ଧାଡ଼ିର ମନ୍ତ୍ରୀ ସାମିଲ ଥିବା କହିଛନ୍ତି ଦେବରାଜେ ଗୌଡ଼ା । ସେମାନେ ହେଉଛନ୍ତି ଚାଲୁବରୟା ସ୍ୱାମୀ, କୃଷ୍ଣା ବାୟରେ ଗୌଡ଼ା ଓ ପ୍ରିୟାଙ୍କ ଖଡଗେ ପ୍ରମୁଖ ବୋଲି ସେ ନାଁ ଉଲ୍ଲେଖ କରିଛନ୍ତି।

ଏଥିସହ ଅଭିଯୋଗ କରି ସେ କହିଛନ୍ତି, ଏହି ଭିଡିଓ ଭାଇରାଲ ନିମନ୍ତେ ଶିବକୁମାର ମୋତେ ଶହେ କୋଟି ଦେବାକୁ ଅଫର କରିଥିଲେ। ଏଥିନିମନ୍ତେ ସେ ଏକ କ୍ଲବର ରୁମ୍‌ ବୁକ୍‌ କରି ପ୍ରଥମେ ୫ କୋଟି ଅଗ୍ରୀମ ଦେବେ ବୋଲି ବି ପ୍ରସ୍ତାବ ଦେଇଥିଲେ। ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ଥିବା ଦର୍ଶାଇ ସେ ତାଙ୍କୁ ବି ବଦନାମ କରିବାକୁ ଚେଷ୍ଟା କରୁଥିଲେ।

ମାତ୍ର ଏଥିରେ ରାଜି ନ ହେବାରୁ ତାଙ୍କୁ ଫସାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ଦେବରାଜ । ଏପରିକି ଅନ୍ୟ ଜଣେ ମହିଳାଙ୍କ ଦ୍ୱାରା ମୋ' ନାଁରେ ଯୌନ ଉତ୍ପୀଡ଼ନ ମାମଲା ରୁଜୁ କଲେ। ମାତ୍ର ଏହା ପ୍ରମାଣିତ ନ ହୋଇ ପାରିବାରୁ ଅନ୍ୟ ଏକ ଦୁଷ୍କର୍ମ ମାମଲା ରୁଜୁ କରାଇ ଗିରଫ କରାଇଲେ। ମାତ୍ର ଏହି ଅଭିଯୋଗକୁ ନେଇ ସେମାନେ ପ୍ରମାଣ ଦେଖାଇ ପାରି ନାହାନ୍ତି ବୋଲି ସେ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+