ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା: ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ନିନ୍ଦା
ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣା ନେଇ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ''ଏପରି ଘଟଣାକୁ ସାରା ଦେଶ ନିନ୍ଦା କରୁଛି । ସଂସଦୀୟ ଗଣତନ୍ତ୍ରରେ ଆଜି ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ଦିନ । ଗଣତନ୍ତ୍ରକୁ ସମ୍ମାନ ଦେବା ଉଚିତ ।
ଗଣତନ୍ତ୍ରରେ ଗୁଣ୍ଡା ଗର୍ଦ୍ଦିର ସ୍ଥାନ ନାହିଁ । ଦାୟିତ୍ଵ ସମ୍ପନ୍ନ ଦଳର ବିରୋଧୀ ଦଳ ନେତା ଦାବି କରୁଥିବା ରାହୁଲ ଗାନ୍ଧୀ ଯେଉଁ ଭଳି ବ୍ୟବହାର ପ୍ରଦର୍ଶନ କରିଛନ୍ତି, ଏହାକୁ 140 କୋଟି ଭାରତୀୟ ନିନ୍ଦା କରୁଛନ୍ତି । ''

ରାହୁଲଙ୍କ ଉପରେ ବର୍ଷିଲେ ମନମୋହନ:
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ''75 ବର୍ଷର ଗଣତନ୍ତ୍ରର ଛବି ଆଜି ଖରାପ ହୋଇଛି । ଯେତେ ନିନ୍ଦା କଲେ କମ୍ ହେବ । ବିରୋଧୀ ଦଳ ନେତା ଯେଉଁଭଳି ଗୁଣ୍ଡା ଗର୍ଦ୍ଦି କଲେ, ଜଣେ ମାନସିକ ସନ୍ତୁଳନ ଥିବା ଲୋକ ଏଭଳି ବ୍ୟବହାର କେବେ କରିବେ ନାହିଁ । ପ୍ରତାପ ଷଡ଼ଙ୍ଗୀ ଶୀଘ୍ର ଆରୋଗ୍ୟ ହୁଅନ୍ତୁ । ୫୬ ବର୍ଷ କ୍ଷମତାରେ ରହିବା ପରେ, ଏବେ କ୍ଷମତା ଅନ୍ଧ ହୋଇଯାଇଛି କଂଗ୍ରେସ । ନିରୁତ୍ସାହିତ ହୋଇଯାଇଛି କଂଗ୍ରେସ । ଜରୁରୀ କାଳୀନ ପରିସ୍ଥିତି ଘଟଣାରେ ଗଣତନ୍ତ୍ରକୁ ହତ୍ୟା କରିଥିଲା କଂଗ୍ରେସ । ''
ରାହୁଲ ଗାନ୍ଧୀ ଜୋର ଜବରଦସ୍ତ ଧକ୍କା ମାରି ଭିତରକୁ ପଶିଥିଲେ':
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, '' ରାହୁଲ ଗାନ୍ଧୀ ଜୋର ଜବରଦସ୍ତ ଧକ୍କା ମାରି ଭିତରକୁ ପଶିଥିଲେ । ଏହି କାରଣରୁ ତିନିରୁ ଚାରିଜଣ ସାଂସଦ ତଳେ ପଡ଼ି ଯାଇଥିଲେ । ଏଥିରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇଥିଲେ । ମୁକେଶ ରାଜପୁତ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ଅଶ୍ବିନୀ ବୈଷ୍ଣବ କହିଛନ୍ତି
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, '' ସଂସଦରେ ସମ୍ବିଧାନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କଂଗ୍ରେସର ଇତିହାସ ଯେପରି ଦେଶ ଆଗରେ ଉପସ୍ଥାପିତ ହୋଇଥିଲା, ସେହି କାରଣରୁ କଂଗ୍ରେସ ଚିହିଁକି ଉଠିଥିଲା । ସେମାନଙ୍କର ପ୍ରକୃତ କାର୍ଯ୍ୟକଳାପ ଆଜି ସମସ୍ତଙ୍କ ସାମ୍ନାକୁ ଆସିଛି । ସେମାନେ ଆମର ଦୁଇ ସାଂସଦଙ୍କୁ ଧକ୍କା ଦେଇ ଆହତ କରିଛନ୍ତି । ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications