ନିର୍ବାଚନ ପୂର୍ବରୁ ନୀତୀଶଙ୍କୁ ଝଟକା ଦେଲେ ପିକେ
ପାଟନା : କିଛି ମାସ ପରେ ବିହାରରେ ହେବ ବିଧାନସଭା ନିର୍ବାଚନ । ଆଗାମୀ ନିର୍ବାଚନ ଲାଗି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ କରୁଛନ୍ତି ରଣନୀତି । ନିର୍ବାଚନ ଲାଗି ରାଜ୍ୟରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ନିର୍ବାଚନ ପାଖଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋଙ୍କୁ ଲାଗିଛି ବଡ଼ ଝଟକା । ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜେଡିୟୁକୁ ଏକ ବଡ଼ ଝଟ୍କା ଦେଇଛନ୍ତି ।
ଜେଡିୟୁ ନେତା ତଥା ଦଳ ରାଜ୍ୟ ସଚିବ ମହମ୍ମଦ ଇରଫାନ ଗୁରୁବାର ଦିନ ଜେଡିୟୁର ସମସ୍ତ ପଦବୀ ସହିତ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଏବଂ ଜନ ସୁରାଜ ଅଭିଯାନରେ ଯୋଗ ଦେଇଛନ୍ତି । ଇରଫାନ ମଧ୍ୟ ଜେଡିୟୁ ସଂଖ୍ୟାଲଘୁ ସେଲର ଜିଲା ସଭାପତି ରହିଥିଲେ । ଏହା ବ୍ୟତୀତ ଜିଲା ପରିଷଦ ସଭାପତି ତଥା ମୁଖ୍ୟ ମଧ୍ୟ ରହିଥିଲେ । ଜାମୋଇର ବାସିନ୍ଦା ମହମ୍ମଦ ଇରଫାନ ପ୍ରଶାନ୍ତ କିଶୋରଙ୍କ ଅଭିଯାନ ଦ୍ୱାରା ପ୍ରଭାବିତ ହେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।

ଏପଟେ ଏହି ଘଟଣାକୁ ନେଇ ରାଜନୈତିକ ସମୀକ୍ଷକଙ୍କ ମତ ହେଉଛି ଜେଡିୟୁ ପାଇଁ ଏହା ଏକ ବଡ କ୍ଷତି ହୋଇପାରେ । ଏଥିସହିତ ଆରଜେଡି ପ୍ରଶାନ୍ତ କିଶୋରଙ୍କ ସଂଗଠନ ଜନସ୍ୱରାଜ ସମ୍ପର୍କରେ ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଜାରି କରିଛି । ସେହି ଚିଠିରେ ଆରଜେଡି କର୍ମୀଙ୍କୁ ଜନସ୍ୱରାଜରେ ଜଡିତ ନହେବାକୁ ଚେତାବନୀ ଦିଆଯାଇଛି । ଆରଜେଡି ଚିଠିରେ ପ୍ରଶାନ୍ତ କିଶୋରଙ୍କ ସଂଗଠନକୁ ବିଜେପିର ବି ଦଳ ବୋଲି ବର୍ଣ୍ଣନା କରାଯାଇଛି । ଏହି ଚିଠିକୁ ନେଇ ଅନେକ ରାଜନୀତି ହୋଇଥିଲା ।
ପ୍ରଶାନ୍ତ କିଶୋର ମଧ୍ୟ ଏନେଇ ଟାର୍ଗେଟ କରିଛନ୍ତି । ଆଜି ଆରଜେଡି ଏହାର ଦୁଇ ନେତାଙ୍କୁ ଦଳରୁ ବହିଷ୍କାର କରିଛି । ଅଭିଯୋଗ ହୋଇଥିଲା ଯେ ଉଭୟ ନେତା ଜନସ୍ୱରାଜ ଅଭିଯାନ ସହ ଯୋଡି ହୋଇଥିବା ଅଭିଯୋଗ ହୋଇଥିଲା ଯେଉଁ କାରଣରୁ ଦଳ ତାଙ୍କୁ କରିଛି ବହିଷ୍କାର ।












Click it and Unblock the Notifications