ନିର୍ବାଚନ ରାଜନୀତି ଆଲୋଚନାରେ ସମୟ ନଷ୍ଟ କରନ୍ତୁ ନାହିଁ : ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ: ଗତକାଲି ଦେଶରେ ସରିଛି ଲୋକସଭ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ । ଭୋଟିଂ ସରିବାର କିଛି ସମୟ ପରେ ସମୟ ପରେ ଏକଜିଟ ପୋଲ ପ୍ରକାଶ ପାଇଛି । ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ପୂର୍ବାନୁମାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । ବହୁ ସଂଖ୍ୟାରେ ଆସନ ଏହି ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଜିତିବ ବୋଲି ଆଶା କରାଯାଉଛି ।
ବର୍ତ୍ତମାନ ଯାହାକୁ ନେଇ ରାଜେନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଅନେକ ସାମ୍ବାଦିକ ତଥା କିଛି ନେତାଙ୍କୁ ସୋସିଆଲ ମିଡିଆ ଏକ୍ସରେ ଟ୍ୱିଟ କରି କଟାକ୍ଷ କରିଛନ୍ତି । ସେ ସେମାନଙ୍କୁ ଅଦରକାରୀ ଆଲୋଚନା ଏବଂ ବିଶ୍ଳେଷଣରେ ସମୟ ନଷ୍ଟ ନ କରିବାକୁ ପରାମର୍ଶ ଦେଇଛନ୍ତି । ଏକଜିଟ୍ ପୋଲ୍ ପ୍ରକାଶ ପାଇବା ପୂର୍ବରୁ ପ୍ରଶାନ୍ତ କିଶୋର ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରଦର୍ଶନ ବିଷୟରେ କହିଥିବା ବେଳେ କହିଛନ୍ତି, "ମୋ କହିବାନୁସାରେ, ଏଥର କିଛି ଭଲ ସଂଖ୍ୟା ସହିତ ବିଜେପି ପ୍ରତ୍ୟାବର୍ତ୍ତନ କରିପାରିବ ।

ମୁଁ ଏଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖୁନାହିଁ । ଆସନ ସଂଖ୍ୟା ପୂର୍ବ ଏବଂ ଦକ୍ଷିଣ ଅଞ୍ଚଳରେ ଭଲ ସମର୍ଥନ ପାଇଥିଲା । ସେ କହିଛନ୍ତି ଯେ ଦକ୍ଷିଣରେ ବିଜେପିର ଆସନ ଏବଂ ଭୋଟର ଅଂଶ ବୃଦ୍ଧି ହେବାର ସମ୍ଭାବନା ରହିଛି । ପ୍ରଶାନ୍ତ କିଶୋର କହିଛନ୍ତି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ ଏବଂ ତାମିଲନାଡୁରେ ନିଜର ଉପସ୍ଥିତି ବୃଦ୍ଧି ପାଇଁ ବିଜେପି ଉଦ୍ୟମ କରିଛି ।
ଅନେକ ଏକଜିଟ୍ ପୋଲ୍ ଦାବି କରିଛି ତାମିଲନାଡୁ ଏବଂ କେରଳରେ ବିଜେପି ନିଜର ଆକାଉଣ୍ଟ ଖୋଲିବ ଏବଂ କର୍ଣ୍ଣାଟକରେ ଏକପାଖିଆ ବିଜୟ ହାସଲ କରିବ । ପ୍ରଶାନ୍ତ ଆହୁରି ମଧ୍ୟ କହିଛନ୍ତି ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି କିଛି କ୍ଷତି ସହିପାରେ । ତେବେ ଉତ୍ତରପ୍ରଦେଶରେ ବିଜେପିର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଶା କରାଯାଉନାହିଁ ।












Click it and Unblock the Notifications