Get Updates
Get notified of breaking news, exclusive insights, and must-see stories!

ପ୍ରଶାନ୍ତ କିଶୋର କରିଲେ ବଡ଼ ଦାବି , କହିଲେ ବିଜେପି ଏତିକି ସିଟି ଜିତିବ

ନୂଆଦିଲ୍ଲୀ: ଦେଶରେ ଏପ୍ରିଲ ୧୯ ତାରିଖରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ବତ୍ତମାନ ନେତା ମାନେ ମତଦାତାଙ୍କୁ ନିଜ ଆଡକୁ ଟାଣିବା ଲାଗି ଯଥା ସମ୍ଭବ ଉଦ୍ୟମ ଚଳାଇଛନ୍ତି ।

ବିଶେଷ କରି କେନ୍ଦ୍ରରେ ଶାସନ କରୁଥିବା ବିଜେପି ଅବକି ବାର ୪୦୦ ପାର ର ନାରା ଦେଇ ଜୋରଦାର କରୁଛି ପ୍ରଚାର ଆଉ ଏଭଳି ମାହୋଲ ଭିତରେ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର ଏକ ବଡ଼ ବୟାନ ଦେଇଛନ୍ତି । ସେ ଦାବି କରିଛନ୍ତି ଯେ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି ।

ଆଉ ବିଜେନପି ୩୦୦ ରୁ ଅଧିକ ସିଟ୍ ଜିତିବାରେ ହେବ ସଫଳ । କିନ୍ତୁ ବିଜେପି ୩୭୦ଟି ଆସନ ଜିତିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପ୍ରଶାନ୍ତ । ଅନ୍ୟପଟେ ବିଜେପି ଅଧିକ ଫୋକସରେ ରଖିଛି ଦକ୍ଷିଣ ରାଜ୍ୟର ଭୋଟ ବ୍ୟାଙ୍କ ଉପରେ । ଆଉ ଏହାକୁ େ୯ନଇ ପ୍ରଶାନ୍ତ କିଶୋର ଦାବି କରିଛନ୍ତି, ଶାସକ ଭାଜପା ଦକ୍ଷିଣ ଏବଂ ପୂର୍ବ ଭାରତରେ ବିପୁଳ ଲାଭ କରିବାକୁ ଯାଉଛି । ଏହି କ୍ଷେତ୍ରରେ ଭାଜପାର ଭୋଟ ବ୍ୟାଙ୍କ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

prashant kishore

ପ୍ରଶାନ୍ତ କିଶୋର କହିଛନ୍ତି, ବିଜେପିର ରଥକୁ ଅଟକାଇବା ପାଇଁ ବିରୋଧୀଙ୍କ ନିକଟରେ ଅନେକ ସୁଯୋଗ ଥିଲା, କିନ୍ତୁ ଭୁଲ ନିଷ୍ପତ୍ତି ହେତୁ ସେମାନେ ସମସ୍ତ ସୁଯୋଗ ହରାଇଲେ । ତେଲେଙ୍ଗାନାର ପ୍ରଥମ କିମ୍ବା ଦ୍ୱିତୀୟ ବୃହତମ ଦଳ ଭାବରେ ବିଜେପି ଉଭା ହେବ । ବିଜେପି ଓଡିଶାରେ ସର୍ବାଧିକ ସଂଖ୍ୟକ ସିଟ ଜିତିବ ।

ଏହା ସହ ପଶ୍ଚିମବଙ୍ଗରେ ବିଜେପି ଏକ ନମ୍ବର ଦଳ ହେବାକୁ ଯାଉଛି ବୋଲି ସମସ୍ତ ସମ୍ଭାବନା ରହିଥିବା ନେଇ ସେ ଦାବି କରିଛନ୍ତି । ତାମିଲନାଡୁରେ ବିଜେପିର ଭୋଟ ଅଂଶ ଦୁଇ ଅଙ୍କରେ ପହଞ୍ଚିପାରେ । ପ୍ରଶାନ୍ତ କିଶୋର କହିଛନ୍ତି, ତେଲେଙ୍ଗାନା, ଓଡିଶା, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ବିହାର ଏବଂ କେରଳ ମିଳିତ ଭାବେ ମୋଟ ୨୦୪ ଲୋକ ସଭା ଆସନ ଅଛି, କିନ୍ତୁ ଭାଜପା ଏହି ରାଜ୍ୟରେ ୫୦ଟି ଆସନ ଜିତିବାରେ ସକ୍ଷମ ହୋଇନାହିଁ ।

୨୦୧୪ ଲୋକ ସଭାରେ ବିଧାନସଭା ନିର୍ବାଚନ, ଭାଜପା ଏହି ଅଞ୍ଚଳରେ ୨୯ଟି ଆସନ ଜିତିଥିବାବେଳେ ୨୦୧୯ରେ ୪୭ଟି ଆସନ ଜିତିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+