ଆଇସିୟୁରେ ଭର୍ତ୍ତି ହେଲେ ପ୍ରଶାନ୍ତ କିଶୋର

ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଓରଫ ପିକେଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ଏଥିପାଇଁ ଆଜି ତାଙ୍କୁ ପାଟନାରେ ଥିବା ମେଦାନ୍ତ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ବନିଥିବା ପିକେ ଡିହାଇଡ୍ରେସନ ଓ ଗୋଟିଏ ସଂକ୍ରମଣରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Prashant Kishore

ପିକେଙ୍କ ସ୍ୱାସ୍ଥାବଞ୍ଚା ଯାଞ୍ଚ କରିଥିବା ଜଣେ ଡାକ୍ତର କହିଛନ୍ତି, "ପ୍ରଶାନ୍ତ କିଶୋର ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ସେଗୁଡ଼ିକର ଭଲ ଭାବେ ଯାଞ୍ଚ ହେବା ଦରକାର। ସେ ବର୍ତ୍ତମାନ ସଂକ୍ରମଣ ଓ ଡିହାଇଡ୍ରେସନରେ ପଡ଼ିଛନ୍ତି। ସେ ପୂରା ଦୁର୍ବଳ ହୋଇଯାଇଛନ୍ତି। ତାଙ୍କ ଦେହ ଆଦୌ ଭଲ ନାହିଁ। ତାଙ୍କୁ ଆଇସିୟୁରେ ରଖାଯାଇଛି।"

ହସ୍ପିଟାଲ ଯିବା ପୂର୍ବରୁ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ "ମୁଁ ଆରମ୍ଭ କରିଥିବା ଆମରଣ ଅନଶନ ଜାରି ରହିବ।" ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି)ରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ହୋଇଛି।

ଏହା ବିରୋଧରେ ହଜାର ହଜାର ଶିକ୍ଷାର୍ଥୀ ବିକ୍ଷୋଭ କରୁଛନ୍ତି। ସେମାନଙ୍କ ସମର୍ଥନରେ ପିକେ ଆମରଣ ଅନଶନ ଆରମ୍ଭ କରିଛନ୍ତି। ସେ ଆମରଣ ଅନଶନ କରୁଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+