ପିକେଙ୍କ ଘୋଷଣା,ଅକ୍ଟୋବର ୨ରେ ଗଠନ ହେବ ନୂଆ ଦଳ

ଅକ୍ଟୋବର ୨, ୨୦୨୪ରେ 'ଜନ ସ୍ୱରାଜ' ପାର୍ଟି ଗଠନ ହେବାକୁ ଯାଉଛି । ଏହି ଅଭିଯାନ ଆରମ୍ଭ କରିଥିବା ପ୍ରଶାନ୍ତ କିଶୋର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୨ବର୍ଷ ଧରି ବିହାରର ଗାଁ ଗାଁ ବୁଲି ପଦଯାତ୍ରା କରୁଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ସକ୍ରିୟ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଆସନ୍ତା ଅକ୍ଟୋବ ୨ରେ ବିହାରର ଲୋକମାନେ ଗୋଟିଏ ନୂଆ ରାଜନୀତି ଦଳ ଗଠନ କରିବେ । ସେମାନେ ଜେଡିୟୁ, ଆରଜେଡି ଓ ବିଜେପି ଭଳି ଦଳକୁ ନେଇ ବିରକ୍ତ ହୋଇଗଲେଣି ।

ଏହି କୂଟିଳଚକ୍ରକୁ ଶେଷ କରିବା ପାଇଁ ବିହାରବାସୀ ନିଷ୍ପତ୍ତି ନେଇଥିବା ଆଜି ପ୍ରଶାନ୍ତ କିଶୋ ଦାବି କରିଛନ୍ତି । ଦୁଇ ବର୍ଷ ହେଲା ଜନ ସୂରଜ ଯାତ୍ରା କରୁଥିବା ପ୍ରଶାନ୍ତ କିଶୋର ପାଟନାରେ ଆୟୋଜିତ କାର୍ଯ୍ୟକ୍ରମ ପରେ କହିଛନ୍ତି ଯେ ଅକ୍ଟୋବର ୨ରେ ବିହାରରେ ନୂଆ ଦଳ ଗଠନ ହେବାକୁ ଯାଉଛି । ତାଙ୍କ ଜନ ସୂରଜ କାର୍ଯ୍ୟକ୍ରମ ଗୋଟିଏ ରାଜନୀତିକ ଦଳର ରୂପ ନେଉଥିଲେ ହେଁ ସେଥିରେ ପ୍ରଶାନ୍ତ କିଶୋରଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି ।

prashant kishore

ଅକ୍ଟୋବର ୨ରେ ବିହାରର ୧ କୋଟି ଲୋକ ସେମାନଙ୍କ ପିଲାମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ନୂଆ ରାଜନୀତିକ ଦଳ ଗଠନ କରିବାକୁ ଯାଉଥିବା କହିଛନ୍ତି । ସେମାନେ ୩୦ ବର୍ଷ ଧରି ରାଜ୍ୟରେ ଜାରି ରହିଥିବା ଲାଲୁ ପ୍ରସାଦ ଯାଦବ, ନୀତୀଶ କୁମାର ଓ ବିଜେପି ଶାସନକୁ ମୁକୁଳିବାକୁ ଚାହୁଁଛନ୍ତି ପିକେ ମତ ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+