ଅଡ଼ୁଆରେ ପ୍ରଶାନ୍ତ କିଶୋର, ଦୁଇଟି ସ୍ଥାନରେ ଭୋଟର କାର୍ଡ ଥିବା ନେଇ ଆସିଲା ଅଭିଯୋଗ
ନିର୍ବାଚନ ରଣନୀତିକାରରୁ ନେତା ହୋଇଥିବା ପ୍ରଶାନ୍ତ କିଶୋରଙ୍କ ନାମରେ ଦୁଇଟି ରାଜ୍ୟରେ ଭୋଟର ଆଇକାର୍ଡ ଥିବା ବିଜେପି ଅଭିଯୋଗ କରିଛି । ଗୋଟିଏ ଭୋଟର ଆଇକାର୍ଡ ପଶ୍ଚିମବଙ୍ଗର ଭବାନୀପୁର ନିର୍ବାଚନମଣ୍ଡଳରେ ଥିବା ବେଳେ ଅନ୍ୟଟି ବିହାରରେ ରହିଛି । ବିଜେପିର ଅଭିଯୋଗ ମୁତାବକ ପ୍ରଶାନ୍ତ କିଶୋରଙ୍କ ନାମରେ କୋଲକାତାର ଭବାନୀପୁର ବିଧାନସଭା କ୍ଷେତ ୧୨୧, କାଳୀଘାଟ ରୋଡ ଠିକଣାରେ ଅର୍ଥାତ ତୃଣମୂଳ କଂଗ୍ରେସ ପାର୍ଟି ଅଫିସର ମୁଖ୍ୟାଳୟ ଠିକଣାରେ ରହିଛି ।
ନିର୍ବାଚନ ଅଧିକାରୀଙ୍କ ମୁତାବକ ପ୍ରଶାନ୍ତଙ୍କ ମତଦାନ କେନ୍ଦ୍ର ରାନୀଶଂକାରୀ ସ୍ଥିତ ସେଣ୍ଟ ହେଲେନ ସ୍କୁଲ ଠିକଣାରେ ରହିଛି । ସୂଚନା ଥାଉ କି, ୨୦୨୧ ବିଧାନସଭା ନିର୍ବାଚନ ବେଳେ ପ୍ରଶାନ୍ତ କିଶୋର ଟିଏମସି ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ । ଏଭଳି ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ତୁରନ୍ତ ପ୍ରଶାନ୍ତ କିଶୋରଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି ।

ଅଧିକାରୀଙ୍କ କହିବା ମୁତାବକ ପ୍ରଶାନ୍ତ କିଶୋରଙ୍କ ନାମ ବିହାର କିଶୋର ନାମରେ ରୋହତାସ ଜିଲ୍ଲାର ସାସାରାମ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କରଗହର ବିଧାନସଭା କ୍ଷେତ୍ରରେ ରହିଛି । ଯେଉଁଠି ତାଙ୍କର ମତଦାନ କେନ୍ଦ୍ର ମଧ୍ୟ ବିଦ୍ୟାଳୟ । ଏନେଇ ନିର୍ବାଚନ ଅଧିକାରୀ କହିଛନ୍ତି କି, ଜନ ପ୍ରତିନିିଧୀ ଅଧିନିୟମ ୧୯୫୦ ର ଧାରା ୧୭ ମୁତାବକ ଜଣେ ବ୍ୟକ୍ତିଙ୍କ ନାମ ଦୁଇଟି ସ୍ଥାନରେ ରହି ପାରିବ ନାହିଁ ।
କେବଳ ସେତିକି ନୁହେଁ ନିର୍ବାଚନ ଅଧିକାରୀ କହିଛନ୍ତି, ଜଣେ ଅଧିନିୟମ ୧୮ ମୁତାବକ ଜଣେ ବ୍ୟକ୍ତିଙ୍କ ନାମ ଗୋଟିଏ ନିର୍ବାଚନମଣ୍ଡଳୀର ଦୁଇଟି ସ୍ଥାନରେ ବି ରହିପାରିବ ନାହିଁ । ପ୍ରଶାନ୍ତ କିଶୋରଙ୍କ ନାମ ଦୁଇଟି ରାଜ୍ୟରେ ରହିଛି । ମତଦାତା ତାଙ୍କ ଘର ବଦଳାଇଲେ ଭୋଟର କାର୍ଡରେ ଠିକଣା ବଦଳାଇବାକୁ ଫର୍ମ ୮ ଭରିବାର ଆବଶ୍ୟକତା ରହିଛି । ଏହାସହ ନିର୍ବାଚନ ଅଧିକାରୀ କହିଛନ୍ତି କି, ଦୁଇଟି ସ୍ଥାନରେ ଜଣେ ବ୍ୟକ୍ତିଙ୍କ ଭୋଟର କାର୍ଡ ରହିବା ଏକ ସାଧାରଣ ସମସ୍ୟା । ଏହି କାରଣରୁ ସାରା ଦେଶରେ ଏସଆଇଆର କରାଯିବାକୁ ସ୍ଥିର କରାଯାଇଛି ।












Click it and Unblock the Notifications