ପରାଜୟକୁ ସ୍ବୀକାର କରିପାରୁ ନାହାନ୍ତି ପ୍ରଶାନ୍ତ କିଶୋର ; କଡା ଜବାବ ଦେଲ ଚିରାଗ, କହିଲେ ସବୁ ଅଭିଯୋଗ ମିଛ
ସରିଛି ବିହାର ନିର୍ବାଚନ । ଘୋଷଣା ହୋଇଛି ଫଳାଫଳ । ଏଥିରେ ଦମଦାର ବିଜୟ ହାସଲ କରିଛି ଏନଡିଏ ମେଣ୍ଟ । ବିଜେପି-ଜେଡିୟୁ ଆଉ ଥରେ ସରକାର ଗଠନ କରିବେ । ୨୦୨ରୁ ଅଧିକ ଆସନରେ ଜିତି ଏନଡିଏ ରାଜ୍ୟରେ ବିରୋଧୀଙ୍କ ନିଦ ହଜେଇ ଦେଇଛି । ତେବେ ବିଜୟକୁ ଗ୍ରହଣ କରିପାରୁ ନାହାଁନ୍ତି ବିରୋଧୀ ଦଳ । ନୂଆ ନୂଆ ଅଭିଯୋଗ ଆଣୁଛନ୍ତି । ରବିବାର ଜନ ସୁରାଜ ପାର୍ଟିର ନେତା ପ୍ରଶାନ୍ତ କିଶୋର ବିଶ୍ୱ ବ୍ୟାଙ୍କର ଅର୍ଥକୁ ନିର୍ବାଚନରେ ବ୍ୟବହାର କରାଯାଇଥିବା କହିଥିଲେ । ଯାହାର ଜବାବ ଦେଇଛନ୍ତି ଏଲଜେପି ନେତା ଚିରାଗ ପାଶଓ୍ୱାନ୍ ।

ଶନିବାର ପ୍ରଶାନ୍ତ କିଶୋର କହିଥିଲେ ଯେ, ବିକାଶ ପ୍ରକଳ୍ପ ପାଇଁ ବିଶ୍ୱ ବ୍ୟାଙ୍କ ଦେଇଥିବା ୧୪,୦୦୦ କୋଟି ଟଙ୍କାକୁ ନୀତିଶ ସରକାର ଦୁରୁପଯୋଗ କରିଛନ୍ତି। ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାମାନଙ୍କୁ ଯେଉଁ ୧୦,୦୦୦ ଟଙ୍କା ନଗଦ ହସ୍ତାନ୍ତର କରାଯାଇଥିଲା ତାହା ଏହି ଟଙ୍କାରୁ ଦିଆଯାଇଥିଲା।ଏଥିପାଇଁ ନିର୍ବାଚନ ପ୍ରଭାବିତ ହେଲା । ଏହା ଲୋକଙ୍କ ଟଙ୍କାର ସ୍ପଷ୍ଟ ଅପବ୍ୟବହାର ଏବଂ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଏକ ଅନୈତିକ ପ୍ରୟାସ । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ ବୋଲିସେ ଦାବି କରିଥିଲେ।
ସେ ଆହୁରି କହିଥିଲେ ଯେ,ନିର୍ବାଚନ ପୂର୍ବରୁ ନୀତିଶ କୁମାରଙ୍କ ସରକାର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ୧.୨୫ କୋଟି ମହିଳା ଭୋଟରଙ୍କ ଆକାଉଣ୍ଟକୁ ୧୦,୦୦୦ ଟଙ୍କା ସ୍ଥାନାନ୍ତର କରିଥିଲେ।ଏହା ହିଁ ବିହାରରେ ଏନଡିଏ ସରକାରକୁ ଏଭଳି ବଡ଼ ବିଜୟ ଦେଇଥିଲା ।ଜୁନ୍ ୨୧ତାରିଖରୁ ଭୋଟ୍ ଦିନ ପର୍ଯ୍ୟନ୍ତ,ଏହି ଜନାଦେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରାୟ ୪୦,୦୦୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସାଧାରଣ ଲୋକଙ୍କ ଟଙ୍କା ବ୍ୟବହାର କରି,ସେମାନେ ମୂଳତଃ ଲୋକଙ୍କ ଭୋଟ୍ କିଣିଥିଲେ।
ତେବେ ଏସବୁ ଅଭିଯୋଗର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନ । ସେ କହିଛନ୍ତି ଯେ, ସବୁ ଅଭିଯୋଗ ମିଛ । ସେ ଯେଉଁ ତଥ୍ୟ ଦେଉଛନ୍ତି ତାହା ଉପରେ ସନ୍ଦେହ ରହିଛି । କେଉଁଠୁ ସେମାନେ ତଥ୍ୟ ଆଣିଲେ ତାହା ପ୍ରକାଶ କରୁ ନାହାଁନ୍ତି । ଯଦି କିଛି ସତ୍ୟତା ଏବଂ ତଥ୍ୟ ରହିଛି ତାହା ପ୍ରଦାନ କରନ୍ତୁ । ସରକାର ସେ ଦିଗରେ ଉତ୍ତର ରଖିବେ । ଏପରି ସୁଖିଲା ଅଭିଯୋଗର କିଛି ମୂଲ୍ୟ ନଥାଏ ବୋଲି ଚିରାଗ କହିଛନ୍ତି ।
-
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଯୁଦ୍ଧ ଭିତରେ ସିଲିଣ୍ଡର ସଙ୍କଟ: ବନ୍ଦ ହେଇପାରେ ହୋଟେଲ-ରେଷ୍ଟୁରାଣ୍ଟ -
ବଦଳିଲା ନିୟମ୨୫ ଦିନ ପରେ ଦ୍ବିତୀୟ ସିଲିଣ୍ଡର ବୁକିଂ -
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ମାଗିଲା NCERT -
ଆସିଲା ଖୁସି ଖବର, ୫ ଶାବକ ଜନ୍ମଦେଲା ମାଈ ଚିତା ଜ୍ୱାଲା -
ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ମାମଲା ରୁଜୁ କଲା ସିବିଆଇ -
ଆଜି ଗୃହରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଆଗତ ହେବ ଅନାସ୍ଥା ପ୍ରସ୍ତାବ -
ଭୂମିକମ୍ପ ଝରକାରେ ଥରିଲା ରାଜଧାନୀ ଦିଲ୍ଲୀ -
କରୁର ଦଳାଚକଟା; ଅଭିନେତା ତଥା TVK ମୁଖ୍ୟ ବିଜୟଙ୍କୁ CBI ସମନ୍ -
ଭକ୍ତଙ୍କ ପାଇଁ ବଡ ଖବର; ଏପ୍ରିଲ ୨୨ ରୁ ଖୋଲିବ କେଦାରନାଥ ଦ୍ୱାର -
ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ












Click it and Unblock the Notifications