Get Updates
Get notified of breaking news, exclusive insights, and must-see stories!

'ବିହାରରେ ୧୫ ବର୍ଷ ଧରି ଚାଲିଥିଲା ଜଙ୍ଗଲ ରାଜ, କ୍ଷମା ମାଗନ୍ତୁ ରାହୁଲ, ଜାଣନ୍ତୁ କାହିଁକି ଏମିତି ଦାବି କଲେ ପିକେ.....

ସରଗରମ ହେବାରେ ଲାଗିଛି ବିହାର ରାଜନୀତି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଆଗକୁ ନିର୍ବାଚନ ହେବାକୁ ଯାଉଛି । ସରକାର ଗଠନ ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ ଜାରି ରଖିଛନ୍ତି । ତେବେ କେତେବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସରକାର ପୂର୍ବ କଥା କହି ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଜନ ସୂରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି କ୍ଷମା ମାଗନ୍ତୁ ରାହୁଲ ।

Rahul Gandhi f

କହି ରଖୁଛୁ କି, ବିହାରରେ ସବୁବେଳେ ଜଙ୍ଗଲ ରାଜକୁ ନେଇ ତର୍କ ଦେଖିବାକୁ ମିଳିଥାଏ । ନୀତିଶ କୁମାର ଲାଲୁ ଯାଦବ ଏବଂ ରାବ୍ରୀ ଦେବୀଙ୍କ ଶାସନକୁ ଜଙ୍ଗଲ ରାଜ କହି ବାରମ୍ବାର ଟାର୍ଗେଟ କରି ଆସିଛନ୍ତି । ଯେଉଁ କାରଣରୁ ନିକଟରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କ୍ଷମା ମାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ପ୍ରଶାନ୍ତ କିଶୋର ସମାନ ଘଟଣାକୁ ଦୋହରାଇଛନ୍ତି । ସେ କହିଛନ୍ତି କି ଲାଲୁ ଯାଦବଙ୍କ ସରକାର କଂଗ୍ରେସ ସହ ରହିଥିଲା । ଏଣୁ ଜଙ୍ଗଲରାଜରେ କଂଗ୍ରେସ ଜଡିତ । ଯେଉଁ କାରଣରୁ ବିହାର ଗସ୍ତରେ ଆସିବା ପୂର୍ବରୁ ସେ ମଧ୍ୟ କ୍ଷମା ମାଗନ୍ତୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+